ରାୟଗଡ,୧୨/୫,(ଅମୂଲ୍ୟ ନିଶଙ୍କ):ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିଲେ ନିଖିଳ ନାମକ ଏକ ଯୁବକ କୁ । ରାୟଗଡା ତୁମ୍ବିଗୁଡ଼ା ନଦୀ କୂଳରେ ଯୁବକ ର ମୃତ ଅବସ୍ତାରେ ମିଳିବା ପରେ ଟାଉନ ଥାନା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । ଶବ ଜବତ ଓ ଶବ ବ୍ୟବଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିଲା l ମୃତ ନିଖିଳ ର ଶବ କୁ ରେଲିସାହି ବାସୀ ଏକ ବିରାଟ ପଟୁଆର ରେ ଆତସବାଜି କରି ବାଣ ଫୁଟାଇ ରାୟଗଡ ଥାନା ସମୁଖ ଦେଇ ଶବ କୁ ଶୋଭାଯାତ୍ରା ରେ ଅନ୍ତିମ ସଂସ୍କାର ନିମନ୍ତେ ନେଇଥିଲେ l ଥାନା ସମୁଖ ନେଇ ଶବ ଯାତ୍ରା କାରି ଓ ପୋଲିସ ମଧ୍ୟ୍ୟ ରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା ପରେ ଶବ କୁ ଥାନା ସମୁଖ ଦେଇ ଶୋଭାଯାତ୍ରା କରିଥିଲେ l ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି । ଚାପା ଉତ୍ତେଜନା ଲାଗି ରହିଛି। ରାୟଗଡ ଏସ ପି ଏସ ସ୍ୱାତୀ କୁମାର, ଏସ୍ଡ଼ିପିଓ ଗୌର ହାରି ସାହୁ, ଘଟଣା ର ତଦନ୍ତ ଜାରିରଖିଛନ୍ତି l ସହର ରେ ଶାନ୍ତିଶୃଙ୍ଖଳା ନିମନ୍ତେ ଥାନା ଅଂଚଳ ରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି l ନିଖିଳ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ବାପା ଏକ ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି । ଗତ ଶନିବାର ଇନ୍ଦିରା ନଗରରେ ଗୁଳି କରି ଯୁବକକୁ ହତ୍ୟା କରିଥିଲେ ଦୁର୍ବୃତ୍ତ।ହାଡ଼ପା ନିଖିଲ ହତକାଣ୍ଡ ଘଟଣାରେ ଉତ୍ତ୍ୟେକ୍ତ ଲୋକେ ଓ ମୃତକଙ୍କ ବାଇକ୍ ପୋଡ଼ି ପ୍ରତିବାଦ କଲେ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଚେତାବନୀ ଶୁଣାଇଛନ୍ତି ମୃତକଙ୍କ ପିତା ହାଡପା ଶିବା। ନ ହେଲେ ବଡ଼ ଧାରଣା ଆନ୍ଦୋଲନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ରାୟଗଡ ସହରରେ ଗତ ଶନିବାର ରାତିରେ ନିଖିଲ ନାମକ ଜଣେ ୧୮ ବର୍ଷୀୟ ଯୁବକକୁ କିଛି ଅଜଣା ଦୁର୍ବୃତ୍ତ ଇନ୍ଦିରା ନଗରରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ ପରେ ହତ୍ୟା କରିଥିବା ଘଟଣାକୁ ନେଇ ରାୟଗଡ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଆଜି ଶବ ସତ୍କାର କରିବା ପାଇଁ ନେବାବେଳେ ମୃତକଙ୍କ ପିତା ସାମ୍ୱାଦିକ ସମ୍ମିଳନୀ କରି ପୋଲିସ ଉପରେ ବର୍ଷିଛନ୍ତି। ପୋଲିସ ଯଦି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଥାନ୍ତା ତେବେ ପୁଅ ଅପହରଣରୁ ବର୍ତ୍ତି ଯାଇଥାନ୍ତା ବୋଲି ବାପା ଶିବା କହିଛନ୍ତି। ପୋଲିସ ଯଦି ଠିକ ତଦନ୍ତ ନ କାରି ଆସାମୀ କୁ ଗିରଫ କରିବାରେ ଯଦି ବିଫଳ ହୁଏ ତାହା ହେଲେ ଆଗାମୀ ଦିନ ରେ ବଡ଼ ଧାରଣ ର ଆନ୍ଦୋଳନ ହେବ ବୋଲି ମୃତ ନିଖିଳ ଙ୍କ ପିତା ଶିବ ସାମ୍ବାଦିକ ଙ୍କ. ଆଗରେ ପ୍ରକାଶ କରିଛନ୍ତି l ପୋଲିସ ହତ୍ୟାକାରୀ ଙ୍କୁ ଧରିବା ନିମନ୍ତେ ସହର ସି ସି ଟିଭି ଯାଞ୍ଚ କରି ତଦନ୍ତ କୁ ଆଗେଇ ନେବାର ଜଣାପଡିଛି l

