ରାୟଗଡ,୧୧/୫,(ଅମୂଲ୍ୟ ନିଶଙ୍କ):ଗତ ରବିବାର ସନ୍ଧ୍ୟା ରେ ରାୟଗଡ଼ ସହର ର ବୁଦରାବଳସା ଠାରେ ଶ୍ରୀ ଶ୍ରୀ ଶ୍ରୀ ମା ମଝିଗୌରି ଙ୍କ ଚୈତ୍ର ପର୍ବ ଉତ୍ସବରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ରୟାଗଡ଼ ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡାବାବୁ ଯୋଗଦେଇ ମାଙ୍କ ଦର୍ଶନ କରିଥିଲେ l ମା ଙ୍କ ଆଶୀର୍ବାଦ ଭିକ୍ଷା କରି ଜଗତ କଳ୍ୟାଣ ପାଇଁ ପ୍ରାର୍ଥନା କରିବା ସହିତ ଶାନ୍ତ ରାୟଗଡ ସହର ରେ କିପରି ଭାବେ ଅଶାନ୍ତ ହୋଇପଡୁଛି ଏହି ସହର ଜନସାଧାରଣ ଙ୍କ ମା ମଝିଘରିଆଣି ଘଣ୍ଟା ଘୋଡାଇ ଶାନ୍ତିରେ ରହିବା ସହିତ ସଦବୁଦ୍ଧି ଦିଅନ୍ତୁ ବୋଲି ମା ଙ୍କ ଠାରେ ପ୍ରାର୍ଥନା କରୁଥିବା କଥା ପ୍ରକାଶ କରିଛନ୍ତି l ମା ଙ୍କ ଅପାର କରୁଣା ରୁ ସମସ୍ତେ ମିଳିମିଶି ରହିବା ନିମନ୍ତେ ଜନସାଧାରଣ ଙ୍କ ନିବେଦନ କରିଛନ୍ତି lମା’ଙ୍କ ଅପାର କୃପା ସମସ୍ତଙ୍କ ଉପରେ ରହିଥାଉ ଏହା ହିଁ ମୋର ମାଙ୍କ ଠାରେ ପ୍ରାର୍ଥନା ବୋଲି କହିଛନ୍ତି କୋଣ୍ଡା ବାବୁ l କୋଣ୍ଡା ବାବୁ ଚୈତ୍ର ପର୍ବ ପଡିଆ ବୁଦୁରବାଲସା ଠାରେ ପହଂଚିବା ପରେ ଚୈତ୍ର ପର୍ବ କମିଟି ପକ୍ଷରୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା l ଶାନ୍ତିଶୃଙ୍ଖଳା ର ସହିତ ଏହି ଚୈତ୍ର ପର୍ବ କୁ ଉପଭୋଗ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚବାସୀ ଙ୍କୁ ନିବେଦନ କରିଥିଲେ l ଯେମିତି କୌଣସି ଅଘଟନ ଣ ଘଟିବ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ କମିଟି ପରାମର୍ଶ ଦେଇଥିଲେ l

