ଫୁଲବାଣୀ,୦୭/୦୭(ସୁନିଲ ପଟ୍ଟନାୟକ):ଫୁଲବାଣୀ – ବାଲିଗୁଡ଼ା ରାସ୍ତା ର ରତଙ୍ଗ ଘାଇ ନିକଟରେ ଲଗାଣ ବର୍ଷାରେ ଭୁଶୁଡି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛିl କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ରତଙ୍ଗ ପଞ୍ଚାୟତ ର ଘାଇ ନିକଟ ରାଜ୍ୟ ରାଜପଥ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି l ଯିବା ଆସିବା ବେଳେ ଖାଲରେ ଜାନ ବାହାନ ଦୁର୍ଘଟଣା ଗ୍ରସ୍ଥ ହେବ ଆଶଙ୍କା କରି ବାଲିବସ୍ଥା ପକାଯାଉଛି! ବିଶିପଡା ତଣ୍ଟିକଟା ଶଙ୍ଖ, ଫୁଲବାଣୀ ସାଲୁଙ୍କି ନଦୀ କଲେଜ ନିକଟ ଶଙ୍ଖ, ଡାକପାଳା ଡ୍ୟାମ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି l ଡାକ ପାଲାରେ ଡ୍ୟାମ ଉପରେ ପାଣି ଯାଉଛି! ଆଜି ଦିନ ୧୦ ଟା ରୁ ବର୍ଷା ବନ୍ଦ ରହିଁଥିଲେ ବି ଜଳ ସ୍ତର କମିନି l ଆକାଶ ମଧ୍ୟ ମେଘା ଛନ୍ନ ରହିଁଛି! ଗତ ଦୁଇ ଦିନ ମଧ୍ୟରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବୃଷ୍ଟିପାତ ୨୨୪ମିଲି ମିଟର ରେକର୍ଡ ହୋଇଛି! ରାସ୍ତା ମରାମତି କାର୍ଯ୍ୟ ଶିଘ୍ର କରିବା ପାଇଁ ଦାବୀ ହେଉଛି l

