ଫୁଲବାଣୀ,୩୦।୦୯(ସୁନୀଲ ପଟ୍ଟନାୟକ):ବୁଧବାର ଦିନ କୁଇଦିନା ଇନ୍ଦିରା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ, ଲାଇନପଡା ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଉପସ୍ଥିତ ଥିଲେ. ଏଥିରେ ଫୁଲବାଣୀ ବିଧାନସଭା ମଣ୍ଡଳୀର ନିର୍ବାଚକ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଭିକାରୀ ସାହୁ ଯୋଗ ଦେବା ସହ ଛାତ୍ରଛାତ୍ରୀ ଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ଯଥା ନୂତନ ଭୋଟର ପଞ୍ଜିକରଣ, ସଂଶୋଧନ ଏବଂ ବାଦ ପ୍ରକ୍ରିୟା ବିଷୟରେ ସୂଚନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସହକାରୀ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ହୃଦରଞ୍ଜନ ସାହୁ, ଚକାପାଦ ବ୍ଲକ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି ଜିଲ୍ଲାପାଳ ଅଙ୍କିତ ଜେନା, ସହକାରୀ ଜିଲ୍ଲାପାଳ ସମରଜିତ ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ହରିହର ପ୍ରଧାନ, କାର୍ଯ୍ୟାଳୟ ସହାୟକ ଜିତେନ୍ଦ୍ର ମାର୍ଥା ଏବଂ ଆଶୁତୋଷ ଦାସ ଉପସ୍ଥିତ ଥିଲେ l ଏଥିରେ ଏକ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମଲ୍ଲିକ ଏବଂ ଚମାର ନାୟକ ଓ ସମସ୍ତ ଅଧ୍ୟକ୍ଷ ପରିଚାଳନା କରିଥିଲେ l

