ପୁରୁଷୋତ୍ତମପୁର,୨୩।୭(ଶୁଭଙ୍କରୀ ଦାଶ):ତାରା ତାରିଣୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ୨୨ ଜୁଲାଇ ୨୦୨୬ ତାରିଖରେ “ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ସଚେତନତା” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହିଳା ସୁରକ୍ଷା, ସମାନ ଅଧିକାର, ଆଇନଗତ ସଚେତନତା ଏବଂ ନାରୀ ସଶକ୍ତିକରଣ ବିଷୟରେ ସଚେତନତା ସୃଷ୍ଟି କରିବା।ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ପ୍ରଶାସନିକ ବର୍ସର ଡ଼. ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେବାକୁ ଉତ୍ସାହିତ କରିଥିଲେ। ଶକ୍ତିଶ୍ରୀ ସେଲ୍ର ପରାମର୍ଶଦାତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ରଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ମିସ୍ ପୂର୍ଣ୍ଣିମା ସର୍ଦ୍ଦାର, OES ଯୋଗଦେଇ ମହିଳା ସୁରକ୍ଷା, ସାଇବର ସୁରକ୍ଷା, ମହିଳାଙ୍କ ଆଇନଗତ ଅଧିକାର, ଆତ୍ମବିଶ୍ୱାସ, ସ୍ୱାବଲମ୍ବନ ଏବଂ ଶିକ୍ଷାର ଗୁରୁତ୍ୱ ଉପରେ ଏକ ତଥ୍ୟବହୁଳ ଓ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା, ଆତ୍ମବିଶ୍ୱାସୀ ହେବା ଏବଂ ସମାଜର ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ପାଇଁ ପ୍ରେରିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ନମ୍ରତା ମିଶ୍ର ଏବଂ ଶ୍ରୀମତୀ ସୁଜାତା କୁମାରୀ ଦାଶ ସଫଳତାର ସହିତ ଆୟୋଜନ କରିଥିଲେ। ଶକ୍ତିଶ୍ରୀ ସାଥୀ ମିସ୍ ପୂଜା ବେହେରା ଏବଂ କେ. ବିଜୟଲକ୍ଷ୍ମୀ ରାଓ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ମହାବିଦ୍ୟାଳୟର ସମସ୍ତ ଶ୍ରେଣୀ ପ୍ରତିନିଧି, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଯୋଗଦେଇ ଏହାକୁ ସଫଳ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଛାତ୍ରଛାତ୍ରୀମାନଙ୍କୁ ମହିଳା ସୁରକ୍ଷା, ନୈତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ, ଆତ୍ମସମ୍ମାନ ଓ ଲିଙ୍ଗ ସମାନତା ବିଷୟରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।ଶେଷରେ ଧନ୍ୟବାଦ ଜ୍ଞାପନ ସହିତ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା। ଅଧ୍ୟକ୍ଷ, ପ୍ରଶାସନିକ ବର୍ସର, ମୁଖ୍ୟ ବକ୍ତା, ପରାମର୍ଶଦାତ୍ରୀ, ଆୟୋଜକମଣ୍ଡଳୀ, ଶକ୍ତିଶ୍ରୀ ସାଥୀ, ସମସ୍ତ କର୍ମଚାରୀ, ଶ୍ରେଣୀ ପ୍ରତିନିଧି ଏବଂ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

