ଫୁଲବାଣୀ,୨୩/୦୭(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବିଦ୍ୟାଳୟ ର ଉନ୍ନତି କରିବା ସହ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ବିଡ଼ିଓ ଦୃଦ ରଞ୍ଜନ ସାହୁ ଙ୍କ ନିଷ୍ଠା ପର ଉଦ୍ୟମ ପ୍ରଶଂସନୀୟ l ନିକଟରେ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକ ରେ ଗୋଷ୍ଠୀ ସାମାଜିକ ସମୀକ୍ଷକ ଙ୍କ ରିପୋର୍ଟ ଆଧାରରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦ୍ ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ସାମାଜିକ ସମୀକ୍ଷକ ରଞ୍ଜନ ଖମାରୀ ସମସ୍ତ ବ୍ଲକ ଅଧୀନ ୩୨ଟି ବିଦ୍ୟାଳୟ ର ସମସ୍ୟା ଉପସ୍ଥାନ କରିଥିଲେ l ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ପିଇବା ପାଣି ସମସ୍ୟା, ପାଚେରୀ ନିର୍ମାଣ, ଖେଳ ପଡିଆ,ବିଦ୍ୟାଳୟ ମରାମତି, ସଂପର୍କରେ ଶୁଣାଣୀ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ସାହୁ କହିଥିଲେ l ବ୍ଲକ ଅନ୍ତର୍ଗତ ସମସ୍ତ ସ୍କୁଲ ର ଶିକ୍ଷl କମିଟି ସଦସ୍ୟ,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଏ ବି ଇ ଓ ବୁଲୁ ଦେଶୀ ନାୟକ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ଦେଇଥିଲେ l ବ୍ଲକ ଅଞ୍ଚଳରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ନେଉଥିବା ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ।

