ଫୁଲବାଣୀ -୨୩/୦୩ (ସୁନୀଲ ପଟ୍ଟନାୟକ)ସୋମବାର ମାଇ ଭାରତ କନ୍ଧମାଳ ତରଫରୁ ସହିଦ ଦିବସ ପଦଯାତ୍ରା ଫୁଲବାଣୀ ଠାରେ ଅନୁଷ୍ଠିତ୍ ହୋ ଇ ଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜ଼ିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇଥିବା ବେଳେ ସନମାନିତ ଅତିଥି ଭାବରେ ପୂର୍ବତନ ବାୟୁ ସେନା ଅଧିକାରୀ ପି ଶିବ ଶଙ୍କର ପାତ୍ର, ଖେଳ ଶିକ୍ଷକ ଅଭିଷେକ ପଧାନ , କଳା ଶିକ୍ଷକ ସମରେନ୍ଦ୍ର ବେହେରା,ଶିକ୍ଷକ ଶିବରାମ ସାମଲ ଶିକ୍ଷୟତ୍ରି ଅସୀମା ରାଏ, ଶ୍ରଦ୍ଧାଞ୍ଜଳି ଶାସିନୀ ଏବଂ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେ ରା, ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯକ୍ରମକୁ ଦୁଇ ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ଏହି ଦିବସରେ ଏକ ପଦ ଯାତ୍ରା ଅନୁଷ୍ଠିତ ହୋ ଇ ଥିଲା l ମୁଖ୍ୟ ଅତିଥି ପଦଯାତ୍ରା ଟିକୁ ଫ୍ଲାଗ ମାର୍ଚ୍ଚ କରି ଶୁଭାରମ୍ଭ କରିଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ବୈଠକ ରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳ ବେହେରା ମୂଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଅଭିଷେକ ପଧାନ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

