ଭଞ୍ଜନଗର,୨୭।୭(ନିଲୁ ବିଷୋୟୀ):ତାରସିଂ ଥାନା ଅଧିନ ନିଳାଦ୍ରିପୁର ଗ୍ରାମର ଜଣେ ବୃଦ୍ଧଙ୍କୁ ସାପ କାମୁଡିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ସୁଦାମ ନାୟକ(୬୨)। ସେ ସୋମବାର ମଧ୍ୟାହ୍ନ ସମୟରେ ସେ ଘର ସାମ୍ନାରେ ବସିଥିଲେ। ଏକ ବେଙ୍ଗକୁ ଗୋଡାଇ ସାପଟି ତାଙ୍କ ଆଡକୁ ମାଡି ଆସିଥିଲା। ସେ ସାପଟିକୁ ଦୂରେଇବା ପାଇଁ ଚେଷ୍ଟା କରିବା ସମୟରେ ସାପଟି ତାଙ୍କ ବାମ ହାତକୁ କାମୁଡିଥିବା ସେ ପରିବାର ଲୋକଙ୍କ ଆସି କହିଥିଲେ। ପରିବାର ଲୋକ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ପ୍ରକାଶ କରିଛନ୍ତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

