ଦାରିଙ୍ଗବାଡି : ୧୩/୩ (ଜନବାଣୀ ନ୍ୟୁଜ ) ମଦ୍ୟ ପାନ କରି ୪ ବର୍ଷ ଶିଶୁ ର ଯୌନାଙ୍ଗ କାଟି ଦେଲେ ସାବତ ବାପା। ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ର ଦବେଡ଼ି ଗ୍ରାମ ରେ ଦେଖିବାକୁ ମିଳିଛି କିଛି ଏଭଳି ଅଭାବନୀୟ ଘଟଣା । ରମିତା ମୁଠାମାଝି ସ୍ବାମୀ ଙ୍କ ମୃତ୍ୟୁ ପରେ ରମିତା ଦବେଡି ଗ୍ରାମ ର ଜିକ୍ତ ମୁଠାମାଝି ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଗୁରୁବାର ଦିନ ସ୍ତ୍ରୀ ରମିତା ମୁଠାମାଝି ୪ ବର୍ଷ ର ପୁଅ ସହିତ ସ୍ବାମୀ କୁ ଘରେ ଛାଡି ଗୋବର ଆଣିଯାଇ ଘରକୁ ଫେରିବା ବେଳେ ସ୍ବାମୀ ସାବତ ପୁଅ ର ଯୌନାଙ୍ଗ କାଟି ଦେଇଥିବା ଦେଖି ଦେଇଥିଲେ । ପିଲା ଟିର ରକ୍ତ ବହିଯାଉଥିଲେ ସୁଦ୍ଧା ସାବତ ବାପା କାହାରି କୁ କିଛି କହି ନଥିଲେ । ମା ଗୋବର ଗୋଟାଇ ଘରକୁ ଆସି ଦେଖିବା ବେଳେ ପୁଅ ର ଯୌନାଙ୍ଗ ରୁ ରକ୍ତ ବହି ଯାଉଥିବା ଦେଖ ସଙ୍ଗେ ସଙ୍ଗେ ପୁଅ କୁ ଦାରିଙ୍ଗବାଡି ମେଡିକାଲ ରେ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ଥିବା ଯୋଗୁଁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ରେଫର୍ କରିଥିଲେ । ସ୍ବାମୀ ମଦ୍ୟପାନ କରି ଏ ସବୁ କରିଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି ।

