ଚିକିଟି,୨୧।୭(ନିଗମାନନ୍ଦ ପଣ୍ଡା):ଚିକିଟି ସମ୍ବାଦ ସାହିତ୍ୟ ଘର ପୂର୍ବତନ ସଭାପତି ତଥା ଭାଷାବିତ ନିଗମାନନ୍ଦ ପଣ୍ଡା ଙ୍କ ୬୧ ତମ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ ଏବଂ ମନୋଜ୍ଞ କବିତା ଆସର ରାମଚନ୍ଦ୍ର ପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ଘର ତରଫରୁ ଶ୍ରୀ ପଣ୍ଡା ଙ୍କୁ ୬୧ ତମ ଜନ୍ମଦିନ ର ର ଶୁଭେଚ୍ଛା ଜଣାଇ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ରାମଚନ୍ଦ୍ର ପୁର ଗ୍ରାମ ଉପକଣ୍ଠ ରେ 61 ଗୋଟି ବୃକ୍ଷ ରୋପଣ କରାଯାଇଥିଲା l ଏହି ଅବସରରେ ନିକଟସ୍ଥ ଶିବ ମନ୍ଦିର ରେ ସାହିତ୍ୟ ଘର ସଭାପତି ଦୁର୍ଗାମାଧବ ମହାରଣା ଙ୍କ ସଭାପତିତ୍ୱ ରେ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା l ସୁଶ୍ରୀ ରୁପାଲୀ ମହାନ୍ତି କବିତା ଗୁଡିକ ସଂଯୋଜନା କରିଥିଲେ l କଣ୍ଠଶିଳ୍ପୀ ତଥା କବି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l କେ. କଳ୍ପନା ରେଡି, ସସ୍ମିତା ସାହୁ, ରୁପାଲୀ ମହାନ୍ତି, ରମାକାନ୍ତ ବେହେରା, ସୁଧୀର ପ୍ରଧାନ, ହୀନମଣୀ ବେହେରା, ବରିଷ୍ଠ ସାମ୍ବାଦିକ ଵିଭୁଧେନ୍ଦ୍ର ପାଢ଼ୀ,ତ୍ରିପତି ପ୍ରଧାନ,ଦୁର୍ଗାମାଧବ ମହାରଣା,ଏନ. ରୁଦ୍ର ରେଡି ସ୍ୱ ରଚିତ କବିତା ପାଠ କରିଥିଲେ l ବରିଷ୍ଠ କବି ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଡାକ୍ତର ନିରଞ୍ଜନ ପଣ୍ଡାଙ୍କ ଆଶ୍ରିବଚନ ସାହିତ୍ୟ ଘର କୁ ମନମୁଗ୍ଧ କରିଥିଲା ହୃଷିକେଶ ରୟଗୁରୁ, ଟୁନା ପୁରୋହିତ, ସଚ୍ଚିଦାନନ୍ଦ ପଣ୍ଡା, ସନ୍ତୋଷ ସାହୁ, ସୁଶାନ୍ତ ପାଢ଼ୀ ସହଯୋଗ କରିଥିଲେ ।

