ଫୁଲବାଣୀ,୩୧/୦୫,(ସୁନୀଲ ପଟନାୟକ):କନ୍ଧମାଳର ବରିଷ୍ଟ ସାହିତ୍ୟିକ, ସଂଗଠକ ଓ ମଞ୍ଚ ସଂଚାଳକ ଶ୍ରୀ କୈଳାସ ଚନ୍ଦ୍ର ଧଳଙ୍କୁ ବାଲେଶ୍ୱରର ଅପରାହ୍ଣ ଖବରକାଗଜ ତରଫରୁ ସମ୍ମାନଜନକ “ସୃଜନଶ୍ରୀ ସମ୍ମାନ” ରେ ସମ୍ମାନିତ କରାଯାଇଛି | ବାଲେଶ୍ୱର ଗାନ୍ଧି ସ୍ମୃତି ଭବନରେ ଆୟୋଜିତ ଏହି ଦୁଇଦିନିଆ ରାଜ୍ୟ ସ୍ତରୀୟ ସାହିତ୍ୟ ମହାକୁମ୍ବରେ ଅନ୍ୟୁନ ୩୦୦ ଜଣ କବି ଉପସ୍ଥିତ ରହି ଆଲୋଚନା ଓ କବିତା ପାଠରେ ଭଗନେଇଥିଲେ | ବିଭିନ୍ନ ଜିଲ୍ଲାରୁ ପନ୍ଦର ଜଣ କବିଙ୍କୁ ସୃଜନଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା | ସେଥିରେ ଶିଶୁକବି ଶ୍ରୀଯୁକ୍ତ ଧଳଙ୍କୁ ମୁଖ୍ୟ ଅତିଥି କବି ଓ ରାଜନେତା ଡ ପ୍ରସନ୍ନ ପାଟଶାଣୀ ଫଳକ, ଉପଢୋକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ | ଅପରାହ୍ନର ସମ୍ପାଦକ ଶ୍ରୀ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସଙ୍କ ପ୍ରଚେଷ୍ଟାରେ ବିଭିନ୍ନ ଜିଲ୍ଲାରୁ କବିମାନେ ଉପସ୍ଥିତ ରହ କବିତା ପାଠ କରିଥିଲେ | କନ୍ଧମାଳ ଜିଲ୍ଲାରୁ ଅପରାହ୍ଣ ଜିଲ୍ଲା ସଂଯୋଜକ ସୁଶ୍ରୀ ବନିତା ମହାରଣା ଉଦୟଗିରିରୁ ଅଧ୍ୟାପକ ନିରଞ୍ଜନ ମହାରଣା, ଫୁଲବାଣୀରୁ କବି ତାପସ କୁମାର ହୋତା, ଦାରିଙ୍ଗବାଡିରୁ ସାହିତ୍ୟିକ ପତିତପାବନ ରାଉତ, ଖଜୁରୀପଡାରୁ ଦେବସ୍ମିତା ପାଇକରାୟ ମଧ୍ୟ କନ୍ଧମାଳ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ସମ୍ମାନିତ ହୋଇଥିଲେ | ସମସ୍ତଙ୍କୁ ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ||

