ଫୁଲବାଣୀ,୨୩/୦୭( ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ଦୂର୍ଗମ କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ପଂଚାୟତ ର ମୁଣ୍ଡାପଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟନିୟମିତ ଖୋଲୁନ ଥିବା ଅଭିଯୋଗ ହେଉଛି l ଶିକ୍ଷକ କୁଆଡ଼େ ନିୟମିତ ଆସୁନଥିବା ଯୋଗୁଁ ତାଲା ଝୁଲୁଛି। ଦୀର୍ଘ ଦିନ ହେବ ବିଦ୍ୟାଳୟ କୁ ପ୍ରଧାନ ଶିକ୍ଷକ ନିୟମିତ ନ ଆସିବା ଫଳରେ ପିଲାମାନେ ମଧ୍ୟାହ୍ନ୍ନ ଭୋଜନ ଖାଇବାରୁ ବଞ୍ଚିତ ହେଉଛନ୍ତି l ଦାରିଙ୍ଗବାଡି ରେ କୁଆଡ଼େ ପ୍ରଧାନ ଶିକ୍ଷକ ରହୁଛନ୍ତି ଆଉ ମନ ହେଲେ ମାସକୁ ଥରେ ବୁଲି ଆସିଲା ଭଳି ଆସନ୍ତି। ବିଦ୍ୟାଳୟ ମରାମତି ପାଇଁ ଆସୁଥିବା ଅର୍ଥ ମଧ୍ୟ ହଡପ କରାଯାଉଥିବା ଅଭିଯୋଗ ହେଉଛି l ତେବେ ଏ ନେଇ କୋଟଗଡ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରେ ସେ ଏହାର ଖଣ୍ଡନ କରିବା ସହ କୋଟଗଡ ବ୍ଲକ ଅଞ୍ଚଳ ର କେତେକ ସ୍ଥାନରେ ଜଣେ ଶିକ୍ଷକ ଙ୍କ ଦ୍ଵାରା ସ୍କୁଲ ଚାଲିଥିବା ରୁ ବେଳେ ବେଳେ ଶିକ୍ଷକ ସ୍କୁଲ ରେ ବିଳମ୍ୱ ରେ ପହଞ୍ଚୁଥି ବା ସେ କହିଛନ୍ତି l ନିୟମିତ ସ୍କୁଲ୍ ଯାଇ ପାଠ ପଢ଼ାଇବା ପାଇଁ ନିର୍ଦେଶ ଦିଆଯାଇଥିବା ବି ଇ ଓ କହିଛନ୍ତି l

