ବୁଗୁଡ଼ା,୧୨/୫:(କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ତଥା ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ଓ ପୋଲସରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କପିତା ସ୍ୱର୍ଗତ ଗଙ୍ଗାଧର ସାହୁଙ୍କଦ୍ୱାଦଶାହ ଉପଲକ୍ଷେ ମା ସରସ୍ୱତୀଶିଶୁ ବିଦ୍ୟା ମନ୍ଦିରରେ ଏକ ସ୍ମୃତିଚାରଣ ସଭା। ବିଦ୍ୟାଳୟପରିଚାଳନା କମିଟିର ଉପସଭାପତି ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା, ମାଉସୀ ମା ଓ ବାହନ ଚାଳକ ଭାଇ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ, ନୀରବ ପ୍ରାର୍ଥନା କରି ଗୁଣଗାନ ପୂର୍ବକ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଦିବଂଗତ ଆତ୍ମାର ସଦଗତି ପାଇଁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଦ୍ୱାନ, ସମାଜସେବୀ, ବରିଷ୍ଟ ରାଜନେତାମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ଥିଲେ l

