ବ୍ରହ୍ମପୁର,୨୨।୧୦(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସହରର ସୋମନାଥ ନଗର ନିବାସୀ ସ୍ୱର୍ଗତ ରାମକୃଷ୍ଣ ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ତାଙ୍କ ପୁତ୍ର ଅର୍ଜୁନ ସାମନ୍ତରାୟଙ୍କ ସମେତ ୩୬ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ମହାନ ମାନବୀୟ ସେବା ମାଧ୍ୟମରେ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଅର୍ବାନ ବ୍ୟାଙ୍କ ଅଧ୍ୟକ୍ଷ ଆର୍. ମୁରଲୀ ମୋହନଙ୍କ ସମେତ କର୍ପୋରେଟର ଡି. କରୁଣା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ହରିହର ସାମନ୍ତରାୟ, ଅର୍ଜୁନ ସାମନ୍ତରାୟ, ଗୋବିନ୍ଦ ସାମନ୍ତରାୟ, ମୋହନ, ଚନ୍ଦନ, ଆଦିତ୍ୟ, ମଦନ, ଗୌରାଙ୍ଗ, ରାଜଲକ୍ଷ୍ମୀ, ଗାୟତ୍ରୀ ପଣ୍ଡା ଓ ପ୍ରତାପ ପଣ୍ଡାଙ୍କ ସମେତ ପରିବାରର ତିନି ପୁଅ, ଝିଅ, ବୋହୂ, ନାତିନାତୁଣୀ ଏବଂ ଅନ୍ୟ ଆତ୍ମୀୟସ୍ୱଜନ ଯୋଗଦେଇଥିଲେ।ଏହି ରକ୍ତଦାନ ଶିବିରର ଆୟୋଜନରେ ଶିବ ପ୍ରଧାନ, ସନ୍ତୋଷ କୁମାର ରାଉତ ଓ ଭାସ୍କର ଆଚାରୀ ପ୍ରମୁଖ ସହଯୋଗ କରିଥିଲେ।

