ଫୁଲବାଣୀ,୩୧।୧୦(ସୁନୀଲ ପଟ୍ଟନାୟକ):ଭାରତ ର “ଲୈାହ ମାନବ” ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ରେ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସ ଟିକୁ ଶ୍ରଦ୍ଧା ଓ ସମତା ର ସହିତ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଗୁଡିକରେ ସର୍ଦାର ବଲ୍ଲଭଭାଇ ପଟେଲ ଯେପରି ଆମ ଦେଶକୁ ଏକତା ର ସୂତ୍ରରେ ବାନ୍ଧିଥିଲେ ଏବଁ ଏକ ଶ୍ରେଷ୍ଠ ଭାରତ ଗଠନ ର ଆହ୍ୱାନ ଦେଇଥିଲେ ତାକୁ ମନେ ପକାଇ ଆମେମାନେ ପ୍ରତିଜ୍ଞାର ସହିତ ଏକତା ରେ ଶକ୍ତି ଓ ସେବାରେ ମାନବତା ବ୍ରତ କୁ ପାଳନ କରି ଏକ ଭାରତ-ବଳିଷ୍ଟ ଭାରତ ଗଠନ ଆଡକୁ ଆଗେଇବା ତାହା ଆଲୋକପାତ କରାଯାଇଥିଲା । ଏହି ମହାନ ବ୍ୟକ୍ତିତ୍ୱ ଙ୍କ ର ଦେଶ ଗଠନ ରେ ଥିବା ଅବଦାନ କୁ ସ୍ମରଣ କରି ବା ପାଇଁ ଆଜିର ଏହି ରାଷ୍ଟୀୟ ଏକତା ଦିବଶ ନିଶ୍ଚିତ ଭାବେ ଗୁରୁତ୍ୱ ପୂର୍ଣ୍ଣ ବୋଲି ଅନୁମାନ କରିହେଉଛି । ଏକତା ହେଉଛି ମନୁଷ୍ୟ ସମାଜର ଏକ ମହତ୍ୱପୂର୍ଣ୍ଣ ଦିଗ ଯାହା ସମାନତା ଓ ପ୍ରତିବଦ୍ଧତା କୁ ସୂଚାଇ ଆଗକୁ ବଢିବାର ଦିଗ ଦେଖାଇଥାଏ । ଏଥିସହିତ ଉପସ୍ଥିତ ଅନୁଷ୍ଠାନର କୋସାଧକ୍ଷ ସାନ୍ତନୁ କୁମାର ମିଶ୍ର ଓ ଅନ୍ୟ ବରିଷ୍ଠ କର୍ମୀ ବିଶ୍ୱରଞନ କର, ସନ୍ତୋଷ କୁମାର ମିଶ୍ର, ସ୍ୱଧର୍ମ ରାଉତ, ସୀତା ରଣା, ବିଷ୍ନୁପ୍ରିୟା ପ୍ରଧାନ ପ୍ରମୁଖ ଏହି ମହାପୁରୁଷ ଙ୍କ ଅତ୍ମକାହାଣୀ କୁ ଉପସ୍ଥାପନା କରି ମହାନତା ର ଉଦାହରଣ ସାଜିଥିବା ବ୍ୟକ୍ତିତ୍ୱ ଙ୍କୁ ଶ୍ରଦ୍ଧାଞଳୀ ଦେଇଥିଲେ । ଏଥି ସହିତ ଉପସ୍ଥିତ ସମସ୍ତ କର୍ମକର୍ତା ଦେଶର ଶ୍ରେଷ୍ଠତ୍ୱ ନିମନ୍ତେ ଏକତା ବଜାୟ ରଖିବା ପାଇଁ ବଦ୍ଧପରିକର ବୋଲି ଏକ ଶପଥ ପାଠ କରି ସୂଚାଇଥିଲେ ।

