ଭଞ୍ଜନଗର,୨୭।୭(ନିଲୁ ବିଷୋୟୀ):ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଜେଲ ପଡ଼ିଆରେ ଶାନ୍ତିଶୃଙ୍ଖଳାର ସହ ଏହି ଦିବସ ପାଳନ ପାଇଁ ଉପଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ। ଏହାସହ ନିର୍ଦ୍ଦିଷ୍ଟ ସମୟସୀମାରେ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ଡ.ଦୀପକ କୁମାର ମିଶ୍ର, ସହାୟକ ଜିଲ୍ଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଭଞ୍ଜନଗର ବିଡିଓ ଭାରତୀ ଦେବୀ ଓ ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ, ବଣିକ ସଂଘର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ପ୍ରାକ୍ତନ ଗ୍ରନ୍ଥାଗାରିକ ପ୍ରଦୀପ କୁମାର ପାତ୍ର ଏବଂ ପଦ୍ମଚରଣ ନାୟକ ସହଯୋଗ କରିଥିଲେ

