ହିଞ୍ଜିଳିକାଟୁ,୩୦।୯(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକରୁ ଆଗଧାଡିର ବହୁ ନେତା ଓ ସକ୍ରିୟ କର୍ମୀ ଲଗାତର ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଦଳର ସାଙ୍ଗଠନିକ , ଦଳୀୟ କାର୍ଯ୍ୟକ୍ରମ, ବିକାଶ ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା କରୁଥିବା ନେଇ ଜଣାପଡିଛି । ସୁଚନାପ୍ରକାରେ ସୋମବାର ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ବିଜେଡିର ସକ୍ରିୟ କର୍ମୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଥିବା ଏମଏମଡିଆର ରାଲିରେ ଯୋଗଦେଇଥିଲେ। ପରେ ପରେ ନବୀନ ନିବାସରେ ପହଞ୍ଚି ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭେଟି ସାଙ୍ଗଠନିକ ବିଷୟରେ ଆଲୋଚନା କରି ଫେରିଥିଲେ ।ସେଠାର ଲୋକଙ୍କ ମୌଳିକ ସମସ୍ୟା ପାଇଁ ସଂଗ୍ରାମ କରିବା ଏବଂ ଆଗାମୀ ନଭେମ୍ବର ମାସ ଶେଷ ସପ୍ତାହ କିମ୍ବା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ନବୀନ ପଟ୍ଟନାୟକ ହିଞ୍ଜିଳି ଗସ୍ତ କରି ସ୍ଥାନୀୟ ବିଜେଡି ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସହ ମିଶିବା ସମ୍ଭାବନା ରହିଛି ନେଇ ସେଠାରେ କୁହାଯାଉଛି । ସ୍ଥାନୀୟ ଅଞ୍ଚଳରୁ ଅଧିକ ସଂଖ୍ୟାରେ ସକ୍ରିୟ ବିଜେଡି କର୍ମୀଗଣ ଭୁବନେଶ୍ୱରରେ ଠାରେ ହୋଇଥିବା ରାଲିରେ ଏବଂ ନବୀନଙ୍କ ବାସଭବନରେ ପହଞ୍ଚିବା ନେଇ ଅଞ୍ଚଳରେ ବର୍ତ୍ତମାନ ଅନ୍ୟ ରାଜନୈତିକ ଦଳର ନେତାଙ୍କ ଭାଲେଣି ପଡିଥିବା କଥା ଏବେ ହିଞ୍ଜିଳିକାଟୁରେ ଆଲୋଚନା ଚାଲିଛି । କାହିଁକି ଏବଂ କେଉଁ କାରଣରୁ ଏତେ ସଂଖ୍ୟାରେ ବଢ଼ିବାରେ ଲାଗିଲା ଏବଂ ଯାଇଥିଲେ ? ତାହାର ସୁତ୍ରକୁ ଏବେ ଶାସକ ଦଳର ନେତାଙ୍କ ଖୋଜା ଚାଲିଛି । ଆଉ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ହେବାକୁ ଥିବା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ବିଜେଡି କ୍ଷମତାକୁ ଆସିବା ନେଇ ସରପଞ୍ଚ , ସମିତିସଭ୍ୟ ,ଜିଲ୍ଲା ପରିଷଦ , ୱାର୍ଡ ସଭ୍ୟକୁ ନିର୍ବାଚନରେ ବିଜୟୀ ହେବା ଲକ୍ଷ୍ୟରଖି ରାଜ୍ୟ ବିଜେଡି ରଣନୀତି ପ୍ରସ୍ତୁତ କରୁଛି।ସେହିପରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ମଧ୍ୟ ଏହି ରଣନୀତି ପ୍ରସ୍ତୁତ ବହୁ ପୁର୍ବରୁ ଆରମ୍ଭ କରିଥିଲେ ମଧ୍ୟ ବିଜେଡିର ଭୁବନେଶ୍ୱର ଠାରେ ହୋଇଥିବା ଦଳୀୟ କାର୍ଯ୍ୟକ୍ରମ ଏମଏମଡିଆର ଆଇନ ବିରୋଧୀ ବିଜେଡ଼ିର ପ୍ରତିବାଦ ସଭା କର୍ମୀଙ୍କ ଉପସ୍ଥିତ ନେଇ ବର୍ତ୍ତମାନ ହିଞ୍ଜିଳିରେ ବିଜେଡି ଚଳଚଞ୍ଚଳ ସହ ଆଗାମୀ ପଞ୍ଚାୟତ ପୌର ନିର୍ବାଚନରେ ବାଜିମାତ ରଣନୀତି ପ୍ରସ୍ତୁତ ହୋଇସାରିଛି ବୋଲି ସ୍ବଷ୍ଟ ଅନୁମାନ କରାଯାଉଛି ଯାହାକୁ ନେଇ ହିଞ୍ଜିଳିକାଟୁରେ ଚର୍ଚ୍ଚା ହେଉଛି । ଏଥିରେ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଲକ ପ୍ରତିନିଧି ଏ ସୁଦର୍ଶନ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାଥ ପ୍ରଧାନ, ଡି. ବିଶ୍ବନାଥ, ଏନ. ରଘୁନାଥ, ମନୋଜ ସାବତ, ଭି. ରବିଦ୍ର, ବି. ଗୀତାଞ୍ଜଳି, ରଶ୍ମିତା ବେହେରା, ଏ ସୁଶିଳା ପାତ୍ର, ଅଜୟ ମହାରଣା, ଛାତ୍ରନେତା ଶିବାନୀ ପାତ୍ର, ଅଜିତ ପାତ୍ର, ମୁକେଶ ରାଉଳ, ଅନ୍ତର୍ଯ୍ୟାମୀ ନାହାକ, କୃଷ୍ଣ ଚନ୍ଦ୍ର ଭଉଳ, ନୀଳାଞ୍ଚଳ ସାହୁ, ମଦନମୋହନ ସେଠୀ, ଗାନ୍ଧୀ ଚରଣ ପଣ୍ଡା, ଇ ରାମଚନ୍ଦ୍ର, ଜନାର୍ଦ୍ଦନ ସେଠୀଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ।

