ଚିକିଟି,୨୦।୭(ନିଗମାନନ୍ଦ ପଣ୍ଡା):ଆଜି ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା ଗୁଣ୍ଡିଚା ମନ୍ଦିରରେ। ଆଳତି ସମୟରେ ପ୍ରବଳ ଗହଳି ଯୋଗୁଁ ପୋଲିସ ନିୟନ୍ତ୍ରଣ କରିବାକୁ ହେଲା। ଚିକିଟି ଡିଜିଟାଲ ପ୍ରିଣ୍ଟ ମେଡିଆ ସଂଘ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଦୀପକ ଚୈଧୁରୀ, ଅରୁଣ ପଣ୍ଡା, ଦୁର୍ଗା ମାଧବ ମହାରଣା, ରତିକାନ୍ତ ପାଢ଼ୀ ପ୍ରମୁଖ ଭକ୍ତ ମାନଙ୍କୁ ଶୃଙ୍ଖଳିତ ଭାବେ ପ୍ରସାଦ ପରିବେଷଣ କରିଥିଲେ। ମନ୍ଦିର ପରିଚାଳନା କମିଟି ତରଫରୁ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ରଥ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଅରୁଣ ପଣ୍ଡା, ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ଅବସର ପ୍ରାପ୍ତ ଶିକ୍ଷକ ବିନୟାନନ୍ଦ ପଟ୍ଟନାୟକ ଓପ୍ରଦୀପ କୁମାର ପାଣି ପରିଚାଳନା କରିଥିଲେ ଏବଂ ସାଙ୍ଗେସାଙ୍ଗେ ମୂଲ୍ୟାୟନ କରି ପୁରସ୍କାର ବଣ୍ଟନ କରାଯାଇଥିଲା।

