ଫୁଲବାଣୀ: ୧୩/୦୪:(ସୁନୀଲ ପଟ୍ଟନାୟକ):ମଙ୍ଗଳ ବାର ଫୁଲବାଣୀ ର ପ୍ରସିଦ୍ଧ୨୭ତମ ମା ନାରାୟଣୀ ଠାକୁରାଣୀ ଯାତ୍ରା ପାଈଁ ଶୁଭ ଖୁଣ୍ଟି ପ୍ରତିଷ୍ଠା ହେବ l ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଯାତ୍ରା ପରିଚାଳନା କମିଟି ସଭାପତି କlବୁଲା ସେନାପତି କହିଛନ୍ତି l ମଙ୍ଗଳ ବାର ଅପରାହ୍ନ ରେ ସ୍ଥାନୀୟ ନାରାୟଣୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ବାଜା ବଜାଇ ବlଣଫୁଟାଇ ବିରାଟ ପଟୁଆର ରେ ଯାତ୍ରା ପଡ଼ିଆ କୁ ଅଣାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯିବ l ଏହା ପରେ ଆସନ୍ତା ୨୦ରେ ଆଖି ତୃତୀୟା ଦିନ ପ୍ରଥମେ ପାର୍ଶ୍ଵ ଦେବୀ ଙ୍କୁ ଆବାହନ କରିବା ପରେ ରାତିରେ ଯାତ୍ରା ପଡ଼ିଆ ରୁ ବିରାଟ ପଟୁଆର ରେ ମୁଖ୍ୟ ରାସ୍ତା ଦେଇ ନାରାୟଣୀ ମନ୍ଦିର ରେ ପହଞ୍ଚି ମା ଙ୍କୁ ଆବାହନ କରି ଯାତ୍ରା ପଡ଼ିଆକୁ ଅଣାଯିବ l ଏହି ଯାତ୍ରା ଆସନ୍ତା ମେ ୨୦ଯାଏ ଚାଲିବ ବୋଲି ସମ୍ପାଦକ ସଂଜିତ ପାତ୍ର ସୂଚନା ଦେଇଛନ୍ତି l ଯତ୍ରl ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେ ନେଇ ଯାତ୍ରା କମିଟି ସଭାପତି ଓ ସଦସ୍ୟ ଙ୍କ ସହ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରା ଯାଇଛି l ଯାତ୍ରା ସମୟ ରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ , ମେଗା ସଂସ୍କୁର୍ତିକ କାର୍ଯ୍ୟ କ୍ରମ, ମିନବଜାର ଆଦି ଆକର୍ଷଣୀୟ କାର୍ଯ୍ୟ କ୍ରମ ମାନ ଅନୁଷ୍ଠିତ ହେବ ବୋଲି ସଭାପତି ସେନାପତି କହିଛନ୍ତି l ନୂତନ ସଭାପତି କବୁଲା ସେନାପତି ଓ ଆଇନଜୀବି , ରୋଟରିଆନ ତଥା ଯାତ୍ରା କମିଟି ସଂପାଦକ ସଂଜିତ ପାତ୍ର ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ଦକ୍ଷତା ଯୋଗୁଁ ଚଳିତ ବର୍ଷ ନାରାୟଣୀ ଯାତ୍ରା ବେଶ୍ ଯାକ ଜକମ ରେ ଅନୁଷ୍ଠିତ ହେବ ବୋଲି କମିଟି କହିଛି l

