ବ୍ରହ୍ମପୁର,୫।୭(ହିମାଂଶୁ ଶେଖର ସାବତ):ଆରସିସିଏଫ୍ ଅଫିସ କାର୍ଯ୍ୟାଳୟରେ ୭୭ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବ୍ରହ୍ମପୁର ଡିଏଫଓ ସନ୍ନି ଖୋଖର୍ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆରସିସିଏଫ୍ ବିଶ୍ବନାଥ ଏନ୍ ଯୋଗ ଦେଇଥିଲେ। ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ ଓ ବେସରକାରୀ ଅନୁଷ୍ଠାନ ସହାୟତାରେ ବୃକ୍ଷର ସୁରକ୍ଷା ବହୁତ୍ ଭଲ ହୋଇ ପାରିବ। ବୃକ୍ଷ ରୋପଣ ଓ ତାହାର ସୁରକ୍ଷା ନେବା ସହ କୁର୍ତ୍ରିମ ବନି କରଣରେ ଉଲ୍ଳେଖନିୟ କାର୍ଯ୍ୟ ପାଇଁ ବ୍ରହ୍ମପୁର ଉପଖଣ୍ଡର ତାଡ଼କାସାହି ବନ ସୁରକ୍ଷା ସମିତି, ଛତ୍ରପୁର ଉପଖଣ୍ଡର ଅଗସ୍ତିନୁଆଁଗାଁ ବନ ସୁରକ୍ଷା ସମିତି ଓ ଭଞ୍ଜନଗର ଉପଖଣ୍ଡର ଡାଙ୍ଗୁଆପଲ୍ଲୀ ବନ ସୁରକ୍ଷା ସମିତିକୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ଅତୀଥିଙ୍କ ଦ୍ଵାରା ୫୦ ହଜାର ଲେଖାଏଁ ପୁରଷ୍କାର ରାଶି ଓ ମାନପତ୍ର ପ୍ରଦାନ କରା ଯାଇଥିଲା। ଅତୀଥି ମାନେ ବର୍ତ୍ତମାନ ସମୟରେ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଭୂମିକା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ଇକୋ କ୍ଲବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ୍ ମଞ୍ଚ ସଂଯୋଜନା କରିଥିବା ବେଳେ ଏସିଏଫ ସସ୍ମିତା ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏସିଏଫ ମାଣିକେଶ୍ୱରୀ ହାଁସଦା, ଦିବ୍ୟ ଶଙ୍କର ବେହେରା, ମନୋଜ ପାତ୍ର, ବିବେକ ଦାସ, ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବନପାଳ ସୋମନାଥ ମାଲିକ, ବାବୁ ସେଠୀ, ପ୍ରମିଳା ସାବତ, ପ୍ରଶାନ୍ତ କାଜି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

