ଫୁଲବାଣୀ,୦୨/୦୪( ସୁନିଲ ପଟ୍ଟନାୟକ): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକ ମାନଙ୍କ ପାଇଁ ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଥିବା କହୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରୁନାହିଁ I ଯାହା ପାଇଁ ଏହି ସବୁ ଯୋଜନା ରୁ ଅନେକ ହିତାଧିକାରୀ ବାଦ ପଡୁଥିଵା ବେଳେ ଏହି ସବୁ ଯୋଜନା ର ସଫଳ ରୂପାୟନ ଉପରେ ଏବେ ପ୍ରଶ୍ନବାଚି ସୃଷ୍ଟି ହେଉଛି I ଏଭଳି ଏକ ସରକାର ଙ୍କ ବିଫଳତା ଓ ଯୋଜନା ଫେଲ ମାରିଥିବାର ଜ୍ୱଳନ୍ତା ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କାଶିନୀପଦର ପଞ୍ଚାୟତ ର ଭାଲୁରଗାଁ ରେ I କିଛିଦିନ ତଳେ ଏହି କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ରେ ତୁଳା ବେହେରା ନାମକ ଜଣେ ମହିଳା ଭିକ୍ଷୁକ ତାଙ୍କର ବର୍ଷବର୍ଷ ଧରି ଭିକ୍ଷା କରିଥିବା ସବୁତକବର୍ଥ ଫୁଲବାଣୀ ସହରରେ ଥିବା ଜଗନ୍ନାଥ ମନ୍ଦିର କୁ ଦାନ କରି ବେଶ ଚର୍ଚ୍ଚା ର ପରିସର କୁ ଆସିଥିଲେ I ଜିଲ୍ଲା ମୁଖ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ଏକ ମର୍ଯ୍ୟକ୍ରମ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଜ୍ଞାପନ କରିଥିଲେ I ସେତେବେଳେ ତୁଳା ବେହେରା ଙ୍କ ଏହି ମହାନ କାର୍ଯ୍ୟ ସାରା ଓଡ଼ିଶାର ଗଣମାଧ୍ୟମ ମାନଙ୍କ ର ଶିରୋନାମା ପାଲଟିଥିଲା I ତେବେ ଗୋଟେ ତୁଳା ସବୁକିଛି ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଏହି ଭାଲୁର ଗାଁର ଅସହାୟ ୯୦ ବର୍ଷୀୟା ତୁଳା କହଁର ଙ୍କୁ ସରକାର ସମ୍ପୂର୍ଣ ଭାବରେ ଉପେକ୍ଷା କରିଛନ୍ତି I ତେବେ ଭାଲୁର ଗାଁ ର ଏହି ତୁଳା କହଁର I ବୟସ ୯୦ ବର୍ଷ I ଆଖିକୁ ଭଲଭାବରେ ଦେଖାଯାଉନି କି ଚାଲିବାକୁ ଆଉ ଶକ୍ତି ନାହିଁ I ନା ତାଙ୍କ ପାଖରେ ଅଛି ରାସନ କାର୍ଡ ନା ସେ ପାଉଛନ୍ତି ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା I କେବଳ ସେତିକି ନୁହଁ ବୃଦ୍ଧା ଜଣକ ଅଵିଭାହିତ ହୋଇଥିବା ବେଳେ ତାଙ୍କର କୌଣସି ପରିବାର ଲୋକ ମଧ୍ୟ ତାଙ୍କ ପାଖରେ ନାହାନ୍ତି ଓ ଗାଁ ରେ ତାଙ୍କର କୌଣସି ଘର ମଧ୍ୟ ନାହିଁ I ଯାହାଫଳରେ ବର୍ଷବର୍ଷ ଧରି ସେ କେତେବେଳେ ଗାଁ ମଣ୍ଡପ ରେ ତ ଆଉ କେତେବେଳେ ଗାଁ ସ୍କୁଲ ସାଜିଛି ବୃଦ୍ଧା ଙ୍କ ଆଶ୍ରୟ ସ୍ଥଳୀ I ଗାଁରେ ବୁଲିବୁଲି ଯେ ଯାହା ଦେଲା ମୁଠାଏ ଖାଇ ଦେଇ ଜୀବନ ବିତାଉଛନ୍ତି ବୃଦ୍ଧା ଜଣକ I ତେବେ ବର୍ତମାନ ଯାଏ ତାଙ୍କର ଆଧାର କାର୍ଡ ଖଣ୍ଡିଏ ହୋଇପାରିନଥିବାରୁ ତାଙ୍କୁ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନ ଚାଉଳ ମିକିପାରିନଥିବ କହିଛନ୍ତି କାଶିନୀପଦର ପଞ୍ଚାୟତ ର ନାଏବ ସରପଞ୍ଚ ରୁଷି ଦିଗାଲ I ସେପଟେ ବୟସ ର ଅପରାହ୍ନ ରେ ପହଂଚି ସାରିଥିବା ଏହୁ ଅସହାୟ ବୃଦ୍ଧା ତୁଳା କହଁର ଙ୍କୁ ସରକାରି ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଥିଵା ବେଳେ ବଞ୍ଚି ଥିବା ସମୟରେ ସରକାର କିଛି ସହଯୋଗ କଲେ ନାହିଁ ମାରିବା ସମୟରେ ହେଲେ ବି କିଛି ସହଯୋଗ କରନ୍ତୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବୃଦ୍ଧା ତୁଳା କହଁର I ସେପଟେ ଘଟଣା ସମ୍ପର୍କରେ ଦାୟିତ୍ୱ ରେ ଥିବା କଷିନୀପଦର ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଏହି ଘଟଣାକୁ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କଥାଟିକୁ ଏଡାଇ ଯାଇଥିଵା ବେଳେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ତଦନ୍ତ ହେବ ଓ ବୃଦ୍ଧା ଜଣକୁ ଯାହା ସରକାରୀ ସହଯୋଗ କରାଯାଇପାରିବ କରାଯିବ ବୋଲି କହିଛନ୍ତି I

