ବୁଗୁଡ଼ା,୨୬।୯(ପୂର୍ଣ୍ଣ ଚନ୍ଦ୍ର ବାରିକ):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକର ଖୋଳଖାଳି ପଞ୍ଚାୟତ ବାରିକ ପଲ୍ଲୀ କାମରାଜୁ ବିଷୋୟୀ ଓ ଭାମଶିଆଳି ଗ୍ରାମର ବଂଶୀଧର ପଲେଇଙ୍କ ପୁତ୍ର ଆଲୋକ ପଲେଇଙ୍କ ଅକାଳ ବିୟୋଗ ଖବର ପାଇ ଅତ୍ୟନ୍ତ ମର୍ମାହତ ହୋଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଭୟଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ସେହିପରି ଭାବେ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ରୋହିତ ବେହେରୁକଙ୍କ ମାତା ଦଣ୍ଡାଶୁଣୀ ବେହେରୁକ ଓ ପାଣ୍ଡିରିପଡା ଗ୍ରାମର ବରିଷ୍ଠ କର୍ମକର୍ତ୍ତା ସିମାଞ୍ଚଳ ବିଷୋୟୀଙ୍କ ମାତାଙ୍କ ପରଲୋକ ଘଟିଥିବା ଖବର ଶୁଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ଅତ୍ୟନ୍ତ ମର୍ମାହତ ହୋଇ ଦୁଃଖ ପ୍ରକାଶ କରିବା ସହ ଉଭୟ ପରିବାରଙ୍କ ବାସଭବନକୁ ଯାଇ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ଚାରି ପଞ୍ଚାୟତର ବହୁ ଜନପ୍ରତିନିଧି ଉପସ୍ଥିତ ରହି ମୃତକଙ୍କ ସମବେଦନା ଜଣାଇଛନ୍ତି।

