ବୁଗୁଡା,୨୭।୯(ପୂର୍ଣ୍ଣ ଚନ୍ଦ୍ର ବାରିକ):ସ୍ଥାନୀୟ ଶ୍ରୀ ସ୍ବାମୀ ଶିବାନନ୍ଦ ଆଧ୍ଯାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ପରିସରରେ ସ୍ବାମୀ ଚିଦାନନ୍ଦ ସରସ୍ଵତୀଙ୍କ ୧୧୦ ତମ ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଏକ ଦିବସୀୟ ସାଧନା ଦିବସର ପ୍ରାତଃ କାଳରେ ଜୟ ଗଣେଶ କିର୍ତ୍ତନ, ଗୁରୁ ସ୍ତୋତ୍ର, ଶାନ୍ତିପାଠ, ଜପ, ଓ ଧ୍ଯାନ ସାଙ୍ଗକୁ ପାଦ ପୂଜା, ପାଦୁକା ସ୍ତୋତ୍ର, ଅଷ୍ଟାଦଶ ଅଧ୍ଯାୟ ଗୀତା ପାଠ, ହୋମ ଓ ଲକ୍ଷେ ଅର୍ଚ୍ଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ସଫେଇ, ଭଜନ, କିର୍ତ୍ତନ, ସ୍ବାଧ୍ଯାୟ , ଦିବ୍ଯ ଜୀବନ ଓ ଦିବ୍ଯତ୍ବ ପ୍ରକାଶରେ ଶ୍ରୀସ୍ବାମୀ ଚିଦାନନ୍ଦଙ୍କ ଆଲୋଚନା କରାଯାଇଥିଲା। ଏହା ପରେ ବିଶ୍ବ ଶାନ୍ତି ମନ୍ତ୍ର ପାଠ, ଆରତୀ ଓ ପୁଷ୍ପାଞ୍ଜଳି ସାଙ୍ଗକୁ ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ରଘୁନାଥ ସାହୁ ଓ ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଉତ୍ସବ ପରିଚାଳନାରେ ପ୍ରଫୁଲ ଚନ୍ଦ୍ର ପାଢୀ, ଗୀତା ରା,ସାରଳା ସ୍ବାଇଁ, ସୁଜାତା ପୃଷ୍ଟି, ପ୍ରସନ୍ନ ସ୍ବାଇଁ, କାଶୀନାଥ ବିଷୋୟୀ , ଲଳିତ ମୋହନ ପଟ୍ଟନାୟକ ,ରୁକ୍ମଣୀ ରମଣ ପ୍ରଧାନ, ନେପାଳ ପାତ୍ର, ଶ୍ରୀମଲ୍ଲ ଚୌଧୁରୀ, ରାଜେଶ୍ୱରୀ ବିଷୋୟୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

