ଭଞ୍ଜନଗର,୨୭।୯(ନିଲୁ ବିଷୋୟୀ):ଭଞ୍ଜନଗର ସ୍ଥିତ ସୋରାଦେବୀ ମନ୍ଦିର ପରିସରରେ ୨୦୧୩ ମସିହାର ଦଶମ ଶ୍ରେଣୀ ବ୍ୟାଚ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଚ୍ର ସମସ୍ତ ବନ୍ଧୁ ଏକାଠି ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହ ହସଖୁସିରେ ସମୟ ବିତାଇଥିଲେ। ଏଥିସହ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମ୍ୟୁଜିକ୍ ଚେୟାର ଖେଳ। ଏଥିରେ ଅମିତ ଭାଇ ବିଜୟୀ ହୋଇଥିବା ବେଳେ ଦୀପକ ଭାଇ ରନର୍-ଅପ୍ ହୋଇଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ଓ ସମସ୍ତ ବନ୍ଧୁଙ୍କୁ ଏକାଠି କରିବାରେ କାହ୍ନା, ରାଜକିଶୋର ଦାୟିତ୍ୱ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ପ୍ରୟାସ ଓ ସମସ୍ତ ବନ୍ଧୁଙ୍କ ସହଯୋଗ ଯୋଗୁଁ ଏହି ମିଳନ କାର୍ଯ୍ୟକ୍ରମ ଏକ ସୁନ୍ଦର ଓ ଅଭୁଲା ସ୍ମୃତିରେ ପରିଣତ ହୋଇଥିଲା।

