ଖୋରଧା,୨୭।୯(କେଦାର ନାଥ ସାହୁ):ଗୁରୁଜଂଗ କାଳିଛକ ରେ ଥିବା ମା କାଳୀ ଗ୍ରୋସରୀ ଦୋକାନ ରେ ଗଂଜେଇ ଖୁଚୁରା ବେବସାୟ ଦର୍ଘ ଦିନ ଧରି ଚାଲୁଥିବାର ମଡେଲ ଥାନା ପୁଲିସ ଖବର ପାଇ ସଦଳବଳେ ଚଢାଉ କରି ଆସାମି ତ୍ରିନାଥ ବେହେରା ୬୦( ବୁଲା) ,ଘର ଦେୱାନ ସାହି ,କୁ ମଡେଲ ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।ଗୁରୁ ଜଂଗ ରେ ନିଶାକାର ବାର ଜୋରଦାର ଚାଲୁଥିବା ବେଳେ ବର୍ଷ ବର୍ଷ ଧରି ଗଂଜେଇ କୁ ଛୋଟ ଛୋଟ ପୁଡିଆ କରି ବେପାର କୁ ଆପଣେଇ ଥିଲେ ପୌର ପରିଷଦ ରୁ ଅବରସ ଗ୍ରହଣ କରିଥିବା ଶ୍ରୀ ବୁଲା ବେହେରା । ଗୁରୁ ଜଂଗ ରେ ଦିନକୁ ଦିନ ବିଭିନ୍ନ ନିଶା କାରବାର ବଢିବାରେ ଲାଗିଛି। ଏବେ ପୁଲିସ ତଦନ୍ତ ଚଳାଇଛି ଗଂଜେଇ କେଉଁଠାରୁ ଆସୁଥିଲା ! କିଏ କିଏ ଏହି କାର୍ଯ୍ୟରେ ଲିପ୍ତ ! ଯଦି କେହିବି ନିଶା ଦ୍ରବ୍ୟ ର ବେବହାର ଓ ବେପାର ବିଷୟରେ ପୋଲିସ୍ କୁ ଜଣାଇବାରେ ସାହାଯ୍ୟ କରନ୍ତି ତେବେ ,ଜଣାଇଥିବା ବ୍ୟକ୍ତିର ନାମ ଗୁପ୍ତ ରଖାଯିବ।ଯବତ ଜିନିଷ ଭିତରେ ରେଡମି ଫୋନ, ୩୪୦୦ ଟଂକା,୩ କେଜି ଗଞ୍ଜେଇ ଜବତ ହୋଇଛି। ନିଶା କାରବାର ଉପରେ ଆହୁରି ଧରପଗଡ଼ ଯୋର ଦାର ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

