ଫୁଲବାଣୀ,୨୮।୦୯(ସୁନୀଲ ପଟ୍ଟନାୟକ):ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର୍ ଙ୍କ ଗିରଫ ଦାବୀ କରି କନ୍ଧମାଳ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ସୋମବାର ବରିଷ୍ଠ ଆଇନଜୀବି ତଥା ଜିଲ୍ଲା କଂଗ୍ରେସ୍ ସଭାପତି ଚନ୍ଦ୍ର ଶେଖର ପରିଡ଼ା ଙ୍କ ବଳୀଷ୍ଠ ନେତୃତ୍ୱରେ ଏକ ବିଶାଳ ରlଲି ମା ଦିକୁନ୍ଦା ଛକ ରୁ ବହାରି ମୁଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ମୁଖ୍ୟ ନିର୍ବାଚନ କମିଶନର ଙ୍କ ତୁରନ୍ତ ଗିରଫ ଦାବି କରି ସ୍ଲୋଗାନ ଦେଇ ଥିଲେ l ରlଲୀ ରେ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର କର, ରଜତ ମହାନ୍ତି, ଯୁବ ନେତା ବସନ୍ତ କୁମାର ପାଢ଼ୀ, ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l

