ବୁଗୁଡ଼ା,୩୦।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୋଲିଆ ବଡ଼ସାହିରେ ଆସନ୍ତା ଦୁର୍ଗା ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ବିଭୁତି ଭୂଷଣ ହୋତା ବେଦମନ୍ତ୍ର ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରାଇଥିଲେ।ଏହି କାର୍ଯ୍ୟକ୍ରମରେ କର୍ତ୍ତା ନବୀନ ପ୍ରଧାନଙ୍କ ସମେତ ସୁନିଲ ପ୍ରଧାନ, ସୁଶାନ୍ତ ଜେନା, ଗନ୍ଧର୍ବ ପ୍ରଧାନ, ଗନ୍ଧର୍ବ ସ୍ୱାଇଁ, ଅମର ଚନ୍ଦ୍ର ଗୌଡ଼, ଶଙ୍କର ଭୋଳ ଓ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶୁଭଖୁଣ୍ଟି ସ୍ଥାପନ ପରେ ଚଳିତ ବର୍ଷର ଦୁର୍ଗା ପୂଜାକୁ ଶୃଙ୍ଖଳିତ ଓ ଭବ୍ୟ ଭାବେ ପାଳନ କରିବା ନେଇ ଆଲୋଚନା ହୋଇଥିଲା।ଗ୍ରାମବାସୀଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରି ମଧ୍ୟରେ ଆୟୋଜିତ ଏହି ଶୁଭ ସ୍ତମ୍ବ ସ୍ଥାପନ କାର୍ଯ୍ୟକ୍ରମ ଆଗାମୀ ଦୁର୍ଗା ପୂଜା ପାଇଁ ଧାର୍ମିକ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଛି।

