ଫୁଲବାଣୀ,୨୫।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ପିଅନ ପଡା ର ଚିଦାନନ୍ଦ ନଗର ର ସ୍ମିତାରାଣୀ କଂହର (୩୦)ବର୍ଷ ନିଜର ମାଆ ଙ୍କୁ କ୍ରୋଧରେ ଶାବଳ ରେ ଆଘାତ କରିବାରୁ ହାତ ଗୋଡ଼ ଭାଙ୍ଗିଯାଇଥିଲା l ଜ୍ୱାଇଁ ସୁଜିତ ଦେହୁରୀ ଶାଶୁ ଙ୍କୁ ନେଇ ଶଳା ଗଣେଶ କଂହର ଙ୍କ ଠାରେ ଆହତ ଶାଶୁ ସେବତୀ କଂହର ଙ୍କୁ ଛାଡି ଦେଇ ଆସିଥିଲେ! ଗଣେଶ ଆହତ ମାଆ ଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ! ଆଜି ସକାଳେ ଚିକିତ୍ସା ଧୀନ ଅବସ୍ଥାରେ ସେବତୀଙ୍କର ମୃତ୍ୟୁ ଘଟିଥିଲା! ଝିଅ ରଶ୍ମିତା କଂହର କୁଆଡେ ଏକ ମାନସିକ ରୋଗୀ ବୋଲି ତାଙ୍କ ସମ୍ପର୍କୀୟ ମାନେ କହୁଛନ୍ତି! ପୁର୍ବରୁ ସେ ମାନସିକ ଭରସାମ୍ୟ ହରାଇ ଅନେକ ଙ୍କୁ ଆକ୍ରମଣ କରିବାର ନଜିର ରହିଛି! ଏପରିକି ରଶ୍ମିତା ତାର ଛୋଟ ଝିଅ କୁ ବି ମାନସିକ ବିକୃତ ର ଶୀକର ହୋଇ ନିର୍ଦ୍ଧୁମ ବାଡ଼ାନ୍ତି ଫଳରେଏ ନେଇ ଥାନାରେ ଏକ କେଶମଧ୍ଯ ହୋଇଛି l ଝିଅ ରଶ୍ମିତା ଓ ଜ୍ୱାଇଁ ସୁଜିତ କୁ ପୋଲିସ ଅଟକ ରଖିଛି! ଆଇଆଇସି ପ୍ରଜ୍ଞା ରୁତମ୍ଭରା କର ତଦନ୍ତ ରିପୋର୍ଟ କନ୍ଧମାଳ ଏସ ପି ରମେନ୍ଦ୍ର ପ୍ରସାଦ କୁ ଜଣାଇଛନ୍ତି! ଏସ ପି ଶ୍ରୀ ପ୍ରସାଦ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି l

