ଫୁଲବାଣୀ,୨୭।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ବେଶ୍ ଧୁମ୍ ଧାମରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି l ସହରରେ ବଣିକ ସଂଘ ପକ୍ଷରୁ ପ୍ରଥମ ଥର ଗୁଣ୍ଡିଚା ମାର୍କେଟ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି l ସଂଘ ସଭାପତି ପି ସୁଧାଂଶୁ ମୋହନ ସେନାପତି ଟୁ ଟୁ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଆଗ୍ରହ ଓ ବଳିଷ୍ଠ ନେତୃତ୍ବ ରେ ଏହି ପୁଜା ବେଶ ଆକର୍ଷଣୀୟ ଭାବେଶାନ୍ତି ଶୃଙ୍ଖଳା ର ସହ ଆୟୋଜିତ ହୋଇଥଲା l ପ୍ରତ୍ୟେକ ଦିନ ଦୁଇ ଓଳା ମହାଲକ୍ଷ୍ମୀ ଙ୍କ ପ୍ରାସାଦ ସେବନ ପାଈଁ ସର୍ବସାଧାରଣ, ଅଫିସିଆଲ୍, ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କମିଟି ପକ୍ଷରୁ ଆମନ୍ତ୍ରଣ କରଯାଇଥିଲା l କମିଟି ସମ୍ପାଦକ ଅରୁଣ କୁମାର ପଣ୍ଡା, ଦୀପକ ବେହେରା, ସଂଜିତ କୁମାର ପାତ୍ର ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କଆନ୍ତରିକ ସହଯୋଗ ରେ ଗଜଲକ୍ଷ୍ମୀ ପୂଜା ସଫଳତା ର ସହ ଅନୁଷ୍ଠିତ ହୋଇଥିଲା l ସେହିପରି ମେଡିକାଲ୍ ଛକ, ଏଫ୍ ସି ଆଇ ଛକ, ଅଟୋ ଏସୋସି ଏସନ୍, କୁମ୍ଭାରପଡ଼ା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଯାକ ଜକମ ରେ ଅନୁଷ୍ଠିତ ହୋଇଥିଲା l ଆସନ୍ତା କାଲି ସଂଧ୍ୟାରେ ମେଢ଼ ବିସର୍ଜନ କାର୍ଯ୍ୟକ୍ରମ ରହିଛି l

