ଚିକିଟି,୩୦।୧୦(ନିଗମାନନ୍ଦ ପଣ୍ଡା):ଅର୍ଣ୍ଣବ ପ୍ରଭାବ ର ବାହୁଦା ନଦୀ ର ବନ୍ୟା ଜଳ ଚିଲିକା ରେ ପଡି ସୁରଳ ମାଛ ବଜାର, ଓ ଡି ଆର ପି କଲୋନୀ ଏବଂ ସୁନାପୁର ଗାଁ ଭିତରେ ପଶିଥିଲା l ପ୍ରାୟ ୩୦୦ ଘର ବିଶିଷ୍ଟ ଦୁଇ ଗୋଟି ଓଡ଼ିଆରପି କଲୋନୀ ରେ ଛାତି ପର୍ଯ୍ୟନ୍ତ ବାହୁଦା ବନ୍ୟା ପାଣି ବଢ଼ିବାରୁ ସେମାନଂକୁ ସୁରଳ ଗ୍ରାମର ଲୋକେ ଛୋଟ ମାଛ ଧରା ଡ଼ଙ୍ଗା ସାହାର୍ଯ୍ୟ ରେ ସୁରଳ ସମ୍ପର୍କୀୟ ଲୋକ ଙ୍କ ଘର କୁ ସ୍ଥାନାନ୍ତର କରାଯାଇଛି l ଖବର ଲେଖା ସୁଦ୍ଧା ଓଡ଼ିଆରପି କଲୋନୀ ରେ ଅଣ୍ଟାଏ ପାଣି ରହିଛି l ସେହିପରି ସୁରଳ ମାଛ ବଜାର ଦେଇ ସୁରଳ ଗାଁ ରେ ବାହୁଦା ବନ୍ୟା ଜଳ ପଶିଥିଲା l ମାଛ ବଜାର ର ରାସ୍ତା ଘାଟ ଧୋଇ ହେବା ସାଙ୍ଗକୁ କିଛି ଘର ବି କ୍ଷତି ହୋଇଛି l ସୁରଳ ଗାଁ ଏବଂ ଓଡ଼ିଆରପି କଲୋନୀ ଏବଂ ସୁନାପୁର କୁ ବାହୁଦା ଚିଲିକା ଘେରି ହୋଇ ରହିଛି l ସୁରଳ ସୁନାପୁର ରେ ବନ୍ୟା ଜଳବନ୍ଦୀ ରେ ରହିଥିବା ଅନେକ ସାହି ଲୋକଙ୍କୁ ନେବା ଆଣିବା ପାଇଁ ଗ୍ରାମବାସୀ ନିଜସ୍ୱ ଚେଷ୍ଟା ରେ ଡଙ୍ଗା ବ୍ୟବହୃତ କରିଥିଲେ l ବ୍ଲକ ପ୍ରଶାସନ ସେଠି ପହଂଚି ନଥିବା ଅଭିଯୋଗ ହୋଇଛି l ଭୋକ ଓପାସ ରେ ରହିଥିବା ବନ୍ୟା ପ୍ରଭାବିତ ଲୋକଙ୍କୁ ଗାଁ କୋଠ ରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ବୋଲି ସୂଚନା ମିଳିଛି l ଅଭିଯୋଗ ସମ୍ପର୍କ ରେ ସୁରଳ ସରପଞ୍ଚ ପ୍ରତିନିଧି ଜୟରାମ ସାହୁ ଏବଂ କିଛି ଭଦ୍ର ବ୍ୟକ୍ତି ଙ୍କୁ ପଚାରିବାରୁ ସେମାନେ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି l ସେମାନଙ୍କ କହିବା ପ୍ରକାରେ ସୁରଳ ସ୍କୁଲ ରେ ରନ୍ଧା ଖାଦ୍ୟ ର ବ୍ୟବସ୍ଥା ହୋଇଥିଲା l ପ୍ରଭାବିତ ଲୋକଙ୍କୁ ଡକାଯାଇଥିଲା କିନ୍ତୁ ସେମାନେ ଆସୁନାହାନ୍ତି ବୋଲି କହିଛନ୍ତି l ନ ଆସିବାର କାରଣ ସମ୍ପର୍କ ରେ ବୁଝିବାରୁ ଜଣାପଡିଛି,ଶୁଖିଲା ରନ୍ଧା ଖାଦ୍ୟ ପାଇଁ ସେମାନେ ଅଡ଼ି ବସିଛନ୍ତି ବୋଲି l ଅନ୍ୟପଟେ ଫରୱାର୍ଡ଼ ବ୍ଲକ ଚିକିଟି ବିଧାୟକ ପ୍ରାର୍ଥୀ ବିଭୁଧେନ୍ଦ୍ର ପାଢ଼ୀ ଏପରି ଘଟଣା କୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହ ଯୁଦ୍ଧ କାଳୀନ ଭିତ୍ତି ରନ୍ଧା ଖାଦ୍ୟ ଯୋଗାଣ ସାଙ୍ଗକୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରୀ ପାଢ଼ୀ ଦାବୀ ଜଣାଇଛନ୍ତି l

