ଫୁଲବାଣୀ,୧୩/୦୫,(ସୁନୀଲ ପଟ୍ଟନାୟକ):ବାଲିଗୁଡ଼ା ବନ ବିଭାଗ କୁ ମିଳିଛି ସଫଳତା l ବାଲିଗୁଡ଼ା ଡି ଏଫ୍ ଓ ଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ରେଞ୍ଜ ଅଧିକାରୀ ଡି ସୁବାସ ଚନ୍ଦ୍ର ଙ୍କ ନେତୃତ୍ବରେ ଧାକା ଜଙ୍ଗଲ ରେ ଗତ ରାତିରେ ପେଟ୍ରିଲିଂ କଡ଼ାକଡ଼ି କରୁଥିବାବେଳେ ଦୁଇ ଜଣ ଯୁବକ ଜଙ୍ଗଲ ରେ ନିଆଁ ଲଗାଇ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅତର୍କିତ ଭାବେ ବନ ବିଭାଗ କର୍ମଚାରୀ ଦୁଇଜଣଙ୍କୁ କାବୁ କରିଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକଓ ଗୁଳି ଜବତ କରି ଥିଲେ l ବାଲିଗୁଡ଼ା ରେଞ୍ଜ ଅଧିକାରୀ ଡି ସୁବାସ ଚନ୍ଦ୍ର ୧୭/୨୬ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ l ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁଇଲା ମଲିକ (୨୮)ଓ ଲକ୍ଷଣ କଂହର( ୨୯) ବୋଲି ରେଞ୍ଜ ଅଧିକାରୀ ଡି ସୁବାସ ଚନ୍ଦ୍ର କହିଛନ୍ତି l ଚଢାଉ ସମୟ ରେ ଅନ୍ୟ ମାନଙ୍କ ମଧ୍ୟରେ ବନପାଳ ଟିକେଶ୍ୱର୍ ବେହେରା, ବନରକ୍ଷୀ ନlସିମୂଲ୍ ହକ, ଯୁଧିଷ୍ଠିର ଦିଗାଲ ଓ ସୁରେଶ ମୁଠା ମାଝୀ ସାମିଲ ଥିଲେ l ରେଞ୍ଜ ଅଧିକାରୀ ଡି ସୁବାସ ଚନ୍ଦ୍ର ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା, ସାଧୁତା ଓ ସଚ୍ଚୋଟତା ଯୋଗୁଁ ବାଲିଗୁଡ଼ା ରେଞ୍ଜ ଅଧୀନ ଜଙ୍ଗଲ ସୁରକ୍ଷା ସହ ପଶୁ ପକ୍ଷୀ ଙ୍କ ଅବାଧ ଶିକାର ରୋକlଯାଇପlରିଛି l ସେହିପରି ବ୍ୟାପକ ବୃକ୍ଷ ରୋପଣ ସାଂଗକୁ ଜଙ୍ଗଲ ସୁରକ୍ଷା ନେଇ ନିୟମିତ ସଚେତନତା ସୃଷ୍ଟି କରୁଛନ୍ତି ରେଞ୍ଜର ସୁବାସ l ଜଙ୍ଗଲ ସୁରକ୍ଷା ସମିତି ଓ ଇକୋ କ୍ଲବ୍ ମାଧ୍ୟମ ରେ ସଚେତନତା କରିବା ପରେ ଜଙ୍ଗଲ ରେ ନିଆଁ ଲାଗିବା କମିଯାଇଛି l ଅଧିକ ଅନୁଦାନ ମିଳିଲେ ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଅନେକ କାର୍ଯ୍ୟ ହାତକୁ ନେବା ପାଇଁ ସମ୍ଭବ ହେବ ବୋଲି ସୁବାସ କହିଛନ୍ତି l

