ଫୁଲବାଣୀ,୧୬/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ମ୍ୟୁନିସପାଲିଟି ଅଞ୍ଚଳ ଅନ୍ତର୍ଗତ କେତେକ ସ୍ଥାନ ରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି l ଫଳରେ ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଈଁ ନlହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବିଶେଷ କରି ଲୋକେ ମୋଟର ଲଗାଇ ପାଣି ଉଠାଉ ଥିବାରୁ ତଳ ଲାଇନର ଲୋକେ ପାଣି ପାଉ ନାହାନ୍ତି ବୋଲି ଅଭିଯୋଗ ହେଉଛି! ଫୁଲବାଣୀ ସହର ର ଅରବିନ୍ଦ ନଗର, ଏଫ ସି ଆଇ, ଇର୍ରିଗେଶନ, ଓ ମୁଣ୍ଡିଆ ସାହି, ଶ୍ରୀରାମ ନଗର ସମେତ ମୁନିସିପାଲିଟି ର ୧୩ ଟି ୱାର୍ଡ ର ଅଧିକାଂଶ ସାହିରେ ପାନୀୟ ଜଳ ର ଅଭାବ ଦେଖାଦେଇଛି! ଯେଉଁ ସବୁ ଅଂଚଳରେ ପାଞ୍ଚୋଟି ଓଭର ହେଡ଼ ଟ୍ୟାଙ୍କ ଅଛି କେବଳ ସେହି ସାହି ଗୁଡିକରେ ପାନୀୟ ଜଳ ଯଥେଷ୍ଟ ମିଳୁଛି! ଅନ୍ୟ ଅଂଚଳରେ ଏତେଟା ପାଣି ଉପଲବ୍ଧ ହେଉ ନାହିଁ! ବିଶେଷକରି ଅରବିନ୍ଦ ନଗର ର ମୁଣ୍ଡିଆକୁ ମୋଟର ଲଗାଇ ବେଆଇନ ଭାବେ ପାଣି ଉଠାଉଥିବାରୁ ତଳ ଲାଇନର ଲୋକେ ପାଣି ବିଲକୁଲ ପାଉନାହାନ୍ତି! ଫୁଲବାଣୀ ସହର ରେ ଅତୀତରେ ବେଆଇନ ମୋଟର ବ୍ୟବହାରକୁ ରୋକିବା ପାଇଁ ଏକ ପ୍ରଶାସନିକ ସ୍କ୍ୱାର୍ଡ ଗଠନ କରି ମୋଟର ସବୁ ଜବତ କରାଯାଉଥିଲା! ସ୍କ୍ୱାର୍ଡ ରେ , ଜନସ୍ୱାସ୍ଥ୍ୟ , ଏସଡ଼ିଓ, ଙ୍କ ନେତୃତ୍ୱ ରେ ମୁନିସିପାଲିଟି ଇ ଓ, ପୋଲିସ ଅଧିକାରୀ ଉପଜିଲ୍ଲାପାଳ ଏହି କମୀ ଟିରେ ସଦସ୍ୟ ଥିଲେ ଓ ଏଡି ଏମ ଅଧକ୍ଷ ଥିଲେ! ମୋଟର ସବୁ ଜବତ ହେଲେ ପାନୀୟ ଜଳ ର ସୁଷମ ବଣ୍ଟନ ହୋଇପାରିବ ବୋଲି ବସ୍ତି ବାସିନ୍ଧା ଏସ ଡିଓ ଙ୍କୁ ଅନୁରୋଧ କରିଛନ୍ତି! ତେବେ ଏନେଇ ଏସ ଡି ଓ ସୋନ୍ତଶ କୁମାର ସାହୁ ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଅତି ଶିଘ୍ର ଏହାର ତଦନ୍ତ କରାଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ଅଞ୍ଚଳ କୁ ପାନୀୟ ଜଳ ଯୋଗାଇଦିଆଯିବ ବୋଲି କହିଛନ୍ତି l

