ନୁଆପଡା,୧୭/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ସାଗୁନଭାଡି ଗ୍ରାମ ରୁ ଆସିଛି ଏକ ଦୁଃଖଦ ଖବର। ସାଗୁନଭାଡି ଗ୍ରାମ ନିବାସୀ ନିରଞ୍ଜନ ପାତ୍ର ଙ୍କ ମଧ୍ୟମ ପୁତ୍ର ସୁଘୋଷ ଚନ୍ଦ୍ର ପାତ୍ର ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ତାଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ବିଭିନ୍ନ ସମୟରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଇ ଆସୁଥିଲେ।ସାଙ୍ଗେ କିତ୍ସାନ ଗତ ଶୁକ୍ରବାର ରାତି ପ୍ରାୟ ୧୦ ଘଟିକା ସ ସମୟ ରେ ସେ ସାଗୁନଭାଡି ସ୍ଥିତ ବାସଭବନରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ପରିବାର ଲୋକେ ତାଙ୍କୁ ସାଙ୍ଗେ ସା ଖଡ଼ିଆଳ ମିଶନ ହସ୍ପିଟାଲ କୁ ନେଇଥିଲେ। ଚିକିତ୍ସ ଅବସ୍ଥାରେ ସେ ସମସ୍ତଙ୍କୁ ଶୋକସାଗରରେ ଭସ ସାଇ ଦେଇ ଆର ପାରିକୁ ଚାଲିଗଲେ। ସବୁଆଡ଼େ ଏହି ଶୋକର ବର୍ଷା ବିଜୁଳି ବେଗରେ ଖେଳିଗଲା । ଖବର ଶୁଣି ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କ ପୁତ୍ର ଅମ୍ଳାନ ପାତ୍ର ପାତ୍ର (ଦେବ) ଏବଂ ବଡଭାଇ ସୁବାଷ ଚନ୍ଦ୍ର ପାତ୍ର ମିଲିତ ଭାବ ରେ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ସୁଘୋଷ ଚନ୍ଦ୍ର ପାତ୍ର ଏକାଧାରରେ ମିଷ୍ଟଭାଷୀ, ସମାଜସେବୀ, ରାଷ୍ଟ୍ରୀୟ ସ୍ବୟଂସେବ ୟଂସେବକ ସଂଘ ପରିବାରର ସଦସ୍ୟ, ବିଶ୍ବହିନ୍ଦୁ ପରିଷଦର ସ ସଦସ୍ୟ, ପରିବେଶ ସୁରକ୍ଷା ବିତ୍, ଶିଶୁ ପ୍ରେମୀ ଏବଂ ଆଦର୍ଶ ଶିକ୍ଷକ ହିସାବରେ ବେଶ୍ ଜଣାଶୁଣା ଥିଲେ । ବ୍ୟସ୍ତ ବହୁଳ ଜୀବନଚୁ ସେ ସମୟ ବାହାରକରି, ଶତାଧୂକ ବୃକ୍ଷ ରୋପଣ କରିବା ସହିତ ତାର ଯନ୍ତ୍ର ସାଙ୍ଗକୁ ତାକୁ ଛୋଟରୁ ବଡ଼ କରି ନିଜର କିର୍ଷୀମାନ ସ୍ଥାପନ କରିଯାଇଛନ୍ତି। ତାଙ୍କର ଅକାଳ ବିୟୋଗରେ ଅଞ୍ଚଳର ଅପୂରଣୀୟ କ୍ଷତି ଘଟିଛି। ବିଭିନ୍ନ ମହଲରୁ ତାଙ୍କୁ ଅଶୂଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

