ଫୁଲବାଣୀ,୧୮/୦୫,(ସୁନୀଲ ପଟନାୟକ):ଆଜି ଫୁଲବାଣୀ ସ୍ଥିତ ସରକାରୀ ନର୍ସିଂ କଲେଜ ପ୍ରାଙ୍ଗଣରେ ୧୩ତମ ଆନ୍ତର୍ଜାତୀୟ “ଆର୍ଟ ଅଫ୍ ଗିଭିଂ ଡେ” ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୧୭ ମଇ ୨୦୧୩ ମସିହାରେ “ଆର୍ଟ ଅଫ୍ ଗିଭିଂ”ର ଆରମ୍ଭ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଏହି ମାନବିକ ଅଭିଯାନ ସଫଳତାର ସହିତ ଚାଲିଆସୁଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିକାରୀ ସାହୁ, ଉପଜିଲ୍ଲାପାଳ, କନ୍ଧମାଳ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆଡଭୋକେଟ୍ ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମିତାଞ୍ଜଳି ରଥ, ସିନିୟର ଟ୍ୟୁଟର, ସରକାରୀ ନର୍ସିଂ କଲେଜ, ଫୁଲବାଣୀ ଏବଂ ଶ୍ରୀମତୀ ନିବେଦିତା ପଟ୍ଟନାୟକ, ଟ୍ୟୁଟର, ସରକାରୀ ନର୍ସିଂ କଲେଜ, ଫୁଲବାଣୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମଟିକୁ ଆର୍ଟ ଅଫ୍ ଗିଭିଂ କନଭେନର୍ ଭାଗୀରଥୀ ସେଠୀ ପରିଚାଳନା କରିଥିବା ବେଳେ ଶିବ ବିଶ୍ୱାଳ, ଜିଲ୍ଲା ପ୍ରତିନିଧି, କଳିଙ୍ଗ ଟିଭି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଉପସ୍ଥିତ ସମସ୍ତ ଅତିଥି “ଆର୍ଟ ଅଫ୍ ଗିଭିଂ”ର ମହାନ ଉଦ୍ଦେଶ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ସମାଜରେ ନିଃସ୍ୱାର୍ଥ ସେବା, ଦାନ ଓ ମାନବିକତାର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ଶ୍ରୋତାମାନଙ୍କୁ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା।ଶେଷରେ ଆର୍ଟ ଅଫ୍ ଗିଭିଂ କନଭେନର୍ ଭାଗୀରଥୀ ସେଠୀ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଂଶଗ୍ରହଣକାରୀ, ମିଡିଆ ପ୍ରତିନିଧି ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।

