ପୋଲସରା,୨୧/୫,(ଶିବ ପ୍ରସାଦ ସାହୁ):ରାଜ୍ୟରେ +୨ କଳା ଓ ବିଜ୍ଞାନ ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ପରୀକ୍ଷା ଫଳକୁ ନେଇ ଛାତ୍ର ଛାତ୍ରୀ ବେଶ ଖୁସି ଅଛନ୍ତି।ପୋଲସରା ଅଞ୍ଚଳ ରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଫଳ ପ୍ରକାଶିତ ହୋଇଛି। +୨ବିଜ୍ଞାନ ରେ ଚିରିକିପଡା ଶାସନ ସ୍ଥିତ ଶଶୀକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଅନ୍ଵେଷା ମିଶ୍ର ମୋଟ ୬୦୦ ମାର୍କ ରୁ ୫୫୧ ମାର୍କ ଆଣି ବ୍ଲକ ଟପର ହୋଇଛନ୍ତି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ମଧ୍ୟ ବହୁତ ଭଲ ଫଳାଫଳ ରହିଛି। କଳାରେ ଜିତ କୁମାର ପ୍ରଧାନ ୫୨୭ ମାର୍କ ରଖି କଲେଜ ଟପର ହୋଇଥିବା ବେଳେ ବିଜ୍ଞାନ ରେ ଶୁଭମ ସାହୁ କଲେଜ ଟପର ହୋଇଛନ୍ତି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ କଳାରେ ମୋଟ ୩୦୯ ଜଣ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୮୩ ଜଣ ପ୍ରଥମ ଶ୍ରେଣୀ, ୭୦ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୧୮ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି।ସେହିଭଳି ବିଜ୍ଞାନ ରେ ମଧ୍ୟ ୨୦୧ଜଣ ପରୀକ୍ଷା ଦେଇଥିଲେ ସେଥିରୁ ପ୍ରଥମ ଶ୍ରେଣୀରେ ୯୧, ଦ୍ଵିତୀୟ ଶ୍ରେଣୀରେ ୬୩ ଓ ତୃତୀୟ ଶ୍ରେଣୀରେ ୧୧ ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଠିକ ସେହିପରି ପୋଲସରା ସ୍ଥିତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳାରେ ୩୮୫ ଜଣ ପରୀକ୍ଷା ଦେଇଥିଲେ। ଉକ୍ତ ବିଦ୍ୟାଳୟ ରେ ସୁପ୍ରଭା ପ୍ରଧାନ ୫୧୨ ମାର୍କ ରଖି ଟପର ହୋଇଛନ୍ତି।ସେଥି ମଧ୍ୟରେ ପ୍ରଥମ ଶ୍ରେଣୀରେ ୬୫ ଦ୍ଵିତୀୟ ଶ୍ରେଣୀରେ ୮୬ ଓ ତୃତୀୟ ଶ୍ରେଣୀରେ ୧୯୫ ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି।ବିଜ୍ଞାନ ରେ ନିଜ ବିଦ୍ୟାଳୟ ରେ ଆରତୀ ମହାନ୍ତି ୪୬୦ ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ବିଜ୍ଞାନ ରେ ପ୍ରଥମ ଶ୍ରେଣୀରେ ୧୯ଦ୍ଵିତୀୟ ରେ ୧୯0 ତୃତୀୟରେ ୧୦ ପରୀକ୍ଷା ର୍ଥୀ ଉତୀର୍ଣ୍ଣ ହୋଇଛନ୍ତି।

