ପୋଲସରା,୨୧/୫,(ଶିବ ପ୍ରସାଦ ସାହୁ):ପୋଲସରା ଥାନା ଅଧୀନ ମଧୁପଲ୍ଲୀ ପଞ୍ଚାୟତ ଅଧିକ ଜିଲୁଣ୍ଡା ଗ୍ରାମରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଛି। ମୃତକ ଜଣକ ହେଲେ ଜିଲୁଣ୍ଡା ଗ୍ରାମର ଶଙ୍କର ଡାକୁଆ (୨୮)। ସୂଚନା ଯୋଗ୍ୟ ଜେ ଶଙ୍କର ଡାକୁଆ ଟ୍ରାକ୍ଟର ନେଇ ଜମିରେ ଚାଷ କାର୍ଯ୍ୟ ସାରି ରୋଡ଼ କୁ ଉଠାଉଥୁବା ସମୟରେ ଟ୍ରାକ୍ଟର ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରାକ୍ଟର ତଳେ ଡ୍ରାଇଭର ଶଙ୍କର ଚାପି ହୋଇଯାଇଥିଲା। ଜାଫଳରେ ଘଟଣା ସ୍ଥଳରେ ହିଁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଆହତଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କେଶ ନମ୍ବର ୩୦୧/୨୬ ରେ ମାମଲା ୠଜୁକରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି।

