କରଞ୍ଜିଆ,୨୧/୫,(ରିଙ୍କୁ ବାବୁ):ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପାଞ୍ଚପିଢ ଉପଖଣ୍ଡ ନିମନ୍ତେ, ଉପ ଜିଲ୍ଲାପାଳ ପାଞ୍ଚପୀଢ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ରେ ମୟୂରଭଂଜ ଜିଲ୍ଲାପାଳ ହେମ କାନ୍ତ ସଏ, ଏସ ପି ବରୁଣ ଘୁଣ୍ଟପାଲି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି.। ଉକ୍ତ ଶିବିରରେ ମୋଟ ୯୭ ଗୋଟି ଅଭିଯୋଗ ଆଗତ ହୋଇଥିବା ବେଳେସେଥିରୁ ୮୧ଗୋଟି ବ୍ୟକ୍ତିଗତ ସମସ୍ୟା ଓ ୧୬ଗୋଟି ସାମୂହିକ ସମସ୍ୟା ସମ୍ବଳିତ ଥିଲା । ସେଥିରୁ ରୋଗରେ ପୀଡିତ ୭ ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ମୋଟ ୪୬ ହଜାର ଆର୍ଥିକ ସହାୟତା ପ୍ରଦାନ କରଯାଇଥିଲା ସେମାନେ ହେଲେ ଶୁକ୍ରୁଳି ବ୍ଲକ ପାଣି ଦେଉଳି ଗ୍ରାମ ର ରାୟ। ମୁଣ୍ଡା ଙ୍କୁ ୫ ହଜାର ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ସେହି ବ୍ଲକ ଇନ୍ଦୁପୁର ଗ୍ରାମ ର ଈଶ୍ୱର ଚନ୍ଦ୍ର ପତି ଙ୍କୁ ୩ ହଜାର, ଇନ୍ଦୁପୁର ଗ୍ରାମ ରଦର୍ସନୀ ପାତ୍ର ଙ୍କୁ ୧୦ ହଜାର, କରଞ୍ଜିଆ ଏନ୍ ଏ ସି କୁକୁମଣି ନାଏକ ଙ୍କୁ ୧୦ ହଜାର, ଠାକୁରମୁଣ୍ଡା ବ୍ଲକ ପଡିଆବେଡ଼। ଗ୍ରାମ ର କାଞ୍ଚନ ଦଣ୍ଡପ।ଟ ଙ୍କୁ ୩ ହଜାର କରଞ୍ଜିଆ ବ୍ଲକ ତାଟ ଅଞ୍ଚଳ ବଡପୋଷୀ ର ନୁଥୁ ବେହେରା ଙ୍କୁ ୧୦ ହଜାର ଓ ଠାକୁରମୁଣ୍ଡା ବ୍ଲକ କେନ୍ଦୁ ଜୁଆଣି ର ବିରାୟ ହୋ ଙ୍କୁ ୫ ହଜାର ଟଙ୍କା ପ୍ରଦାନ କରଯାଇଥିଲା। ମୋଟ ଅଭିଯୋଗ ରୁ ୮ ଗୋଟି ଅଭିଯୋଗ ଆଶୁ ସମାଧାନ କରାଯାଇଥିଲା। ଏହି ଜନ ଅଭିଯୋଗ ଶୁଣାଣୀ ଶିବିର ରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଅଜିତକୁମାର, ପାଞ୍ଚପିଢ଼ ଉପ-ଜିଲ୍ଲାପାଳ ଡ.ଦୟା ସିନ୍ଧୁ ପରିଡା, ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା କରଞ୍ଜିଆ ଚିତ୍ତରଞ୍ଜନ ମହାନ୍ତ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର୍ ଧନୁର୍ଜୟ ମହାନ୍ତ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆ ଡାକ୍ତର ନଗେନ୍ଦ୍ର କୁମାର ମହାପାତ୍ର, ପାଞ୍ଚ ବ୍ଲକ ର ବିଡିଓ,ତହସିଲଦାର ଏବଂ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ଙ୍କ ଉପସ୍ଥିତିରେ ଆଗତ ସମସ୍ତ ଅଭିଯୋଗ ର ଶୁଣାଣି ସମ୍ପନ୍ନ ହୋଇଥିଲା ।କାର୍ଯ୍ୟକ୍ରମ କୁ ସେକ୍ସନ୍ ଅଫିସର୍ ଧିରେନ ଭୋଇ, ମଞ୍ଜୁ ଦାସ ଦିଲ୍ଲୀପ ପଳେଇ, ତପନ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

