ଫୁଲବାଣୀ,୨୨/୦୫,(ସୁନୀଲ ପଟ୍ଟନାୟକ):ସରକାର ସବୁ ଗ୍ରାମ କୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଯୋଗାଇ ଦିଆଯିବ ବୋଲି କହୁଛନ୍ତି ହେଲେ ସ୍ବାଧୀନତାର ୭୮ବର୍ଷ ପରେ ବି ଗାଁ କୁ ରାସ୍ତା ନାହିଁ l ଲୋକେ ପାହାଡ ପର୍ବତ ଡେଇଁ ପାଦରେ ଚାଲି ଚାଲି ଯିବା ଆସିବା କରୁଛନ୍ତି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଲେତିଙ୍ଗିଆ ପଂଚାୟତ କୁ ମିଡିଆ କେତା ଦେଇ ସଂଯୋଗ୍ କରୁଥିବା କଣ୍ଡା ବାଡ଼ି – ଉହା ମାହl ରାସ୍ତା l ଏହି ଦୁର୍ଗମ ପlଦ ଚଲା ରାସ୍ତା ଉପରେ କଣ୍ଡା ବାଡ଼ି ଗ୍ରାମ ର ୧୨ଓ ୧୩ନମ୍ବର ୱାର୍ଡ ର ମିଡ଼ିଆକେ ତା, ଟାଡ୍ରlମାହl, ନେଡିପଦl, ଡଙ୍ଗା ବାଲି ଅଞ୍ଚଳ ର ପ୍ରାୟ ତିନିଶହ ରୁ ଚlରି ଶହ ପରିବାର ନିର୍ଭର କରିଥାନ୍ତି l ଏ ସବୁ ଗ୍ରାମର ଲୋକେ ଲେତି ଙ୍ଗିଆ ପଂଚାୟତ କୁ ପି ଡି ଏସ ଚାଉଳ ଆଣିବାକୁ ଗଲେ ପ୍ରାୟ ୧୫କିମି ବାଟ ପଡୁଛି l ମିଡ଼ିଆ କେତା ଦେଇ ଆସିଲେ ୫କିମି ଦୂର ପଡ଼ିବ l ତେବେ ଏହି ରାସ୍ତା ଦେଇ ପାହାଡ ପର୍ବତ ନାଳ ଅତିକ୍ରମ କରି ଆସିବାକୁ ପଡୁଛି l ଖରାଦିନେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷl ଆସିଲେ କଥା ସରିଲା l ଯିବା ମୁସ୍କିଲ ହୋଇପଡୁଛି l ବର୍ଷା ଦିନେ ଧର ମ ପୁର ଦେଇ ଅଟୋ ରେ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି l ଘୋଡ଼ା ଛ ଟଂକା କୁ ଦାନା ନ ଟଂକା ପଡୁଛି l ଏଣୁ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ସାମିଲ କରି ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଗ୍ରାମର ଅଜିତ୍ କୁମାର ପ୍ରଧାନ, ଦଶରଥ ପ୍ରଧାନ, ଅଶୋକ ପ୍ରଧାନ, ପବିତ୍ର ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି l ଅନ୍ୟଥା ସେମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l

