ଫୁଲବାଣୀ -୨୧/୦୩(ସୁନୀଲ ପଟ୍ଟନାୟକ)ଜଙ୍ଗଲ ର ନିଆଁକୁ ନିରାକରଣ ପାଇଁ ଚାଲିଛି ଜନ ସଚେତନତା କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଧାରଣ ଙ୍କୁ ସଚେତନ କରିବା ପାଇଁ ବନ ବିଭାଗ ର ନିଆରା କାର୍ଯକ୍ରମ l ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ଙ୍କ ନିର୍ଦେଶ କ୍ରମେ ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ lବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ରଜନୀ କାନ୍ତ ମେହେର ବନ ପାଳ ଟୀଙ୍କୁ ବେହେରା , ବନପାଳ ଜ୍ୟୋତିରାଜ ମଲ୍ଲିକ ଙ୍କ ନେତୃତ୍ବ ରେ କୁର୍ତ୍ତମଗଡ ସେକ୍ସନ୍ ଓ ଲଙ୍କାଗଡ ସେକ୍ସନ ପଞ୍ଚୟତ ପରିସର ମଧ୍ୟରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଲଙ୍କାଗଡ ସେକ୍ସନ ଓ କୁର୍ତ୍ତମଗଡ ସେକ୍ସନରେ ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ ଉପ ସ୍ଥିତଥିଲେ l l ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ ପାରଂପରିକ ଲୋକ କଳାକାର ର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜଙ୍ଗଲ ନିଆଁ ପୋଡୁଚାଷ ଜୀବଜନ୍ତୁ ସୁରକ୍ଷା ପାଇଁ ସଚେତନ କରିଥଲେ l ଏହି କାର୍ଯ୍ୟକ୍ରମ ରେ ଦୁଇଟି ସେକ୍ସନ ର ସମସ୍ତ ବନରକ୍ଷୀ ଫାୟାର ସ୍କ୍ୱାର୍ଡ ବହୁ ସ୍ଥାନୀୟ ଜନ ପ୍ରତିନିଧି, ସମାଜ ସେବୀ ଗ୍ରାମବାସୀ ଉପସ୍ଥିତ ଥିଲେ l

