ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ଶନିବାର ଫୁଲବାଣୀ ଲ୍ୟlମ୍ପସ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ଥାନୀୟ ପଂଚାୟତ ଭବନ ସମ୍ମିଳନୀ କକ୍ଷ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୫୦ବର୍ଷ ଧରି ଫୁଲବାଣୀ ଲ୍ୟlମ୍ପସ କିପରି ଚାଷୀ ମାନଙ୍କୁ କମ ସୁଧରେ ଖରିଫ ଓ ରବି ଚାଷ ପାଇଁ ଋଣ ଓ ସାର ବିହନ ପ୍ରଦାନ କରି ସ୍ବାବଲମ୍ବୀ କରିଥିବା କହି ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡି ଆର୍ ସି ଏସ ସନ୍ତୋଷ କୁମାର ଦାସ, ଏ ଆର୍ ସି ଏସ ଲଳିତ କୁମାର ମାଝି, ଏ ଆର୍ ସି ଏସ ବାଲିଗୁଡ଼ା ସୁକାନ୍ତ କୁମାର ପାଢୀ, ଏ ଆର୍ ସି ଏସ ପାଣୁ ଚରଣ ସାହୁ, ସଭାପତି ବି ସି ସି ବି ବ୍ୟାଙ୍କ୍ ଅରୁଣ କୁମାର ପ୍ରଧାନ, ସଭାପତି ଫୁଲବାଣୀ ଲ୍ୟାମ୍ପସ୍ ଚକ୍ରଧର ମଲିକ,ଫୁଲବାଣୀ ଲ୍ୟାମ୍ପସ ର ପରିଚାଳନା ନିର୍ଦେଶକ ଭୀମସେନ ସାହୂ ପ୍ରମୁଖ ଯୋଗ ଦେଇ ଏହି ଲ୍ୟାମ୍ପ କିପରି ଅଞ୍ଚଳ ର ଚାଷୀଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରି କାର୍ଯ୍ୟ କରୁଛି ଓ ଆଗମୀ ଦିନରେ ମଧ୍ୟ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କ ପାଇଁ କାର୍ଯ୍ୟ କରିବ ବୋଲି କହିଥିଲେ l ଅଧିକ ରୁ ଅଧିକ ଚାଷୀ ଙ୍କୁ ଋଣ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦିଆଯିବ ବୋଲି ଡି ଆର୍ ସି ଏସ ଦାସ କହିଥିଲେ l ଏହି ଅବସରରେ ୧୧ଜଣ କ୍ଷୁଦ୍ର ଚାଷୀ, ୨ଟି ଜେ ଏଲ୍ ଜୀ ଗ୍ରୁପ, ବ୍ରାଞ୍ଚ ମ୍ୟାନେଜର ବି ସି ସିବି ବ୍ୟାଙ୍କ୍ କ୍ଷୀରୋଦ ମିଶ୍ର, ହାଉସ ବିଲଡିଂକୋ ଅପରେଟିଭ ସୋସାଇଟି ର ସମ୍ପାଦକ ଅଯୋଧ୍ୟା ମହାନ୍ତି, କର୍ମଚାରୀ ବିଷ୍ଣୁ ପ୍ରଧାନ, ସଭାପତି ଜି ଉଦୟଗିରି ଲ୍ୟାମ୍ପସ ଜନ୍ମେସ ପ୍ରଧାନ, ସଭାପତି ବଡ଼ଗାଁ ମଦନ ସାହୂ, ସମ୍ପାଦକ ବୌଦ୍ଧ ପି ଏ ସି ଏସ ସତ୍ୟଜିତ କର, ଲୁଣି ବାହଲ ସଂଜିତ ପ୍ରଧାନ, ପୁରୁଣା କଟକ ପ୍ରଦୀପ ଅମାତ ,ଖୁଣ୍ଟ ବନ୍ଧ ଦେବାଶିଷ ମିଶ୍ର, ପ୍ରମୁଖ ଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ଚାଷୀ ମାନଙ୍କୁ ଟ୍ରଫି ଓ ପାୱାର ସ୍ପ୍ରେୟର ପ୍ରଦାନ କରଯାଇଥିଲା l ସଚି କାନ୍ତ ସାହୂ, ରଞ୍ଜିତ କହଁର, ନିତ୍ୟାନନ୍ଦ କହଁର ପ୍ରମୁଖ ୩ଜଣ ଚାଷୀ ଙ୍କୁ ଋଣ ମାଧ୍ୟମରେ ପାୱାର ୱିଡ ର ପ୍ରଦାନ କରଯାଇଥିଲା l ଏହି ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା lଏହି କାର୍ଯ୍ୟକ୍ରମ ରେ ଡି ଆର ସି ଏସ, ବାଲିଗୁଡ଼ା ଓ ଫୁଲବାଣୀ ଏ ଆର୍ ସିଏସ, ସମସ୍ତ ଲ୍ୟାମ୍ପ କର୍ମଚାରୀ, ଚାଷୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l

