ପୋଲସରା: ୨୧/୦୩ : (ଶିବ ପ୍ରସାଦ ସାହୁ) ଚୈତ୍ରଶୁକ୍ଳ ପ୍ରତିପଦା ଓ ହିନ୍ଦୁ ନବବର୍ଷ ଅବସରରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ଡ଼. ପ୍ରବୀଣ ଭାଇ ତୋଗାଡିଆ ପ୍ରଥମ କରି ଗଂଜାମ ଜିଲ୍ଲା ପୋଲସରା ଗ୍ରସ୍ତରେ ଆସିବା ସୁନିଶ୍ଚିତ ହୋଇଛି । ଯାହାକୁ ନେଇ ପୋଲସରା ସହରରେ ହିନ୍ଧୁତ୍ବର ଏକ ସ୍ବଛ ବାତାବରଣର ଲହରୀ ଦେଖିବାକୁ ମିଳୁଛି। ଏହି ଅବସରରେ ଶୁକ୍ରବାର ପୋଲସରାର ତ୍ରିଷ୍ଣାବି ହୋଟେଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ପିତବାସ ସାହୁ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୁମାର ଖଟେଇଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ବନାଥ ପାତ୍ର ଯୋଗଦାନ କରିଥିଲେ । ଆଗାମୀ ୨୬ ତାରିଖରେ ଶ୍ରୀରାମ ନବମୀ ଉପଲକ୍ଷେ ଏକ ବିଶାଳ ସମାବେଶ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଯାହା ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହିନ୍ଧୁତ୍ବକୁ କୁ ନେଇ ପ୍ରତ୍ୟେକ ସନାତନୀ ହିନ୍ଧୁଙ୍କ ହୃଦୟରେ ହିନ୍ଧୁଙ୍କ ପ୍ରତି ସେବା, ସୁରକ୍ଷା, ସମ୍ମାନର ଭକ୍ତି ଭାବ ଜାଗ୍ରତ ହେବାର ଆବଶ୍ୟକତା ରହିଛି । ସଂଗଠନର ମୂଳ ଉଦ୍ଦେଶ୍ୟରେ ଯୁବପିଢିଙ୍କ ମଧ୍ୟରେ ସନାତନ ସଂସ୍କୃତି ପ୍ରତି ଗର୍ବ ଓ ଆତ୍ମସମ୍ମାନ ଜଗାଇବା । ସମାଜରେ ନୈତିକତା, ଶୃଙ୍ଖଳା ଓ ଦେଶଭକ୍ତିର ମୂଲ୍ୟବୋଧକୁ ଶକ୍ତିଶାଳୀ କରିବା । ଯାହା ଯୁବସମାଜ ଏବଂ ପ୍ରତ୍ୟେକ ସନାତନୀ ହିନ୍ଦୁ ସୁରକ୍ଷା ସମୃଦ୍ଧିକୁ ଦୃଷ୍ଟିରେ ରଖି ମାଦକଦ୍ରବ୍ୟ, ଅସାମାଜିକ କାର୍ଯ୍ୟକଳାପ ଓ ପଥଭ୍ରଷ୍ଟ ଠାରୁ ଦୂରେଇ ରଖିବା ଉଚିତ । ସମାଜରେ ସମ୍ପ୍ରୀତି, ସେବା ଓ ସଂସ୍କୃତିକ ଏକତାକୁ ବୃଦ୍ଧି କରିବା । ସଂଗଠନ ପକ୍ଷରୁ ଆସନ୍ତା ସମାବେଶରେ ଯୁବପିଢି ପାଇଁ ଚରିତ୍ର ଗଢ଼ିବା ଓ ଶିଷ୍ଟାଚାର ଉପରେ ଉଦ୍ବୋବୋଧନ ଦେବେ ପ୍ରବିଣ ଭାଇ ତୋଗାଡିଆ । ଏପରିକି ସମାଜସେବା, ରକ୍ତଦାନ ଓ ସହଯୋଗମୂଳକ କାର୍ଯ୍ୟର ପ୍ରେରଣାର ଉର୍ତ୍ସ ହେବେ ଯୁବଗୋଷ୍ଠୀ । ଭାରତୀୟ ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ଦେଶର ଏକତା ଓ ସମାଜିକ ସମ୍ବନ୍ଧକୁ ମଜବୁତ କରିବା ଉପରେ ଜୋର ଦିଆଯିବ ବୋଲି ରାଷ୍ଟ୍ରୀୟ ସଦସ୍ୟ ମାନେ ନିଜେ ନିଜର ମତ ପ୍ରକାଶ କରିଛନ୍ତି ।

