ଫୁଲବାଣୀ,୧୨/୦୬(ସୁନୀଲ ପଟନାୟକ):ଜଣକୁ ଭଲ ପାଇ ବିବାହ ର ପ୍ରତିଶୃତି ଦେଇ ଗର୍ଭ ନଷ୍ଟ କରିବା ଅଭିଯୋଗ ରେ ସଦର ପୋଲିସ ଜି ଉଦୟଗିରୀ ହବlକ୍ ହାଇସ୍କୁଲ ର ଜଣେ ଶିକ୍ଷକ କୁ ସଦର ଥାନା ପୋଲିସ ଗିରଫ କରିଛି l ଗିରଫ ଶିକ୍ଷକ ଙ୍କ ନାମ ଲଲାଟ କହଁର l ଟିକାବାଲି ଥାନା ଅନ୍ତର୍ଗତ ଦାସାଗୁଡା ଗ୍ରାମର ବାଲି କଂହର ଙ୍କ ପୁଅ ଲଲାଟ କହଁର l ସୂଚନା ଯୋଗ୍ୟ ଯେ,ଲଲାଟ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ନୂଆରୀ ପଦର ଗ୍ରାମର ଜଣେ ଝିଅକୁ ଭଲ ପାଉଥିଲା ଏବଂ ବିବାହର ପ୍ରତିଶୃତି ଦେଇ ସେଇ ଝିଅ ସହ ଶାରୀରିକ ସମ୍ପର୍କ ରଖୁଥିଲେ! ଝିଅଟି ଗର୍ଭବତୀ ହେବା ଜାଣି ପାରି ଥିଲେ! ଏପଟେ ଅନ୍ୟ ଏକ ଝିଅ କୁ ବିବାହ କରିବାକୁ ସ୍ଥିର କରିଥିଲେ!ତେବେ ପ୍ରଥମ ପ୍ରେମିକା କାଳେ ଦ୍ୱିତୀୟ ବିବାହ ପାଈଁ ପ୍ରତି ବନ୍ଧକ ହେବ ବୋଲି ତାକୁ ଔଷଧ ଦେଇ ବେଆଇନ ଭାବେ ତାର ଗର୍ଭ ନଷ୍ଟ କରାଇଥିଲେ!ଏବଂ ଦ୍ୱିତୀୟ ଝିଅ ଙ୍କୁ ବିବାହ କରିଥିଲେ ଫଳରେ ପ୍ରଥମ ପ୍ରେମିକା ଏ ନେଇ ସଦର ଥାନରେ ଏତେଲା ଦେଲା ପରେ ସଦର ପୋଲିସ ଦଫା ୮୯ ଓ ୬୯ ବି ଏନ ଏସ ରେ ମକଦ୍ଦମା ରୁଜୁ କରି ଶିକ୍ଷକ ଲଲାଟ କହଁର କୁ ଗିରଫ କରିଥିବା ପୋଲିସ କହିଛି l ଶିକ୍ଷକ ଲଲାଟ କଂହର ର ଜାମିନ ନା ମଂଜୁର ହେବା ପରେ ତାଙ୍କୁ ଫୁଲବାଣୀ ମଣ୍ଡଳ କାରାଗାରକୁ ପଠା ଯାଇଛି!

