ପୋଲସରା,୩।୭(ସୁଧାଂଶୁ ଶେଖର ସାହୁ):ରାଜ୍ୟ ପୁଲିସ ଡି.ଜି ଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା କୁ ନିଶା ମୁକ୍ତ କରିବା ପାଇଁ ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପେକ୍ଷିରେ ପୋଲସରା ଥାନାଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ ରେ ପୋଲସରା ଥାନା ପରିସରରେ ବୁଧବାର ଆମ ପୁଲିସ ସମିତି ତରଫରୁ ନିଶା ମୁକ୍ତି ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। । ପୋଲସରା ଥାନାର ଏସ. ଆଇ ସଂଗ୍ରାମ ସେଠି, ଏସ.ଆଇ ମିଳନ କୁମାରୀ ପ୍ରଧାନ, ଏ.ଏସ. ଆଇ କଳ୍ପନା ପ୍ରଧାନ,ଏ.ଏସ. ଆଇ ଅଜିତ କୁମାର ବେହେରା, ଏ ଏସ ଆଇ ରମଣ ଶବର ଙ୍କ ସମେତ ସମସ୍ତ କର୍ମଚାରୀ ଓ ସହର ର ସଚେତନ ନାଗରିକ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ନିଜେ ନିଶା କବଳରୁ ବଂଚିବା ସହ ଅନ୍ୟକୁ କିଭଳି ନିଶା ରୁ ମୁକ୍ତି କରିବା ପାଇଁ ଶପଥ ନେଇଥିଲେ।

