ଫୁଲବାଣୀ,୬/୦୭(ସୁନୀଲ ପଟ୍ଟନାୟକ):ବନ ମହୋତ୍ସବ ଅବସରରେ ଫୁଲବାଣୀ ବନ ଖଣ୍ଡ ଅଧୀନ ଫୁଲବାଣୀ ରେଞ୍ଜ ସମ୍ମୁଖ ରେ ମାଗଣା ବିଭିନ୍ନ ଫଳ ବୃକ୍ଷ ଚାରା ବଣ୍ଟନ କରଯାଇଥିଲା l ଏହି ଅବସରରେ ଆୟୋଜିତ ଉତ୍ସବ ରେ ଡି ଏଫ୍ ଓ ପ୍ରତାପ କୋଟା ପାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା କଲେ ପରିବେଶ ପ୍ରଦୂଷଣ ରୁ ରକ୍ଷା ମିଳିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏ ସି ଏଫ୍ ଉଦିତ ବାବୁ ଓ ସ୍ୱେତଲିନା ସାହୂ, ଉପସ୍ଥିତ ଥିଲେ lବରିଷ୍ଠ ଫରେଷ୍ଟର ସରୋଜ ମିଶ୍ର କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l ଏହି ଅବସରରେ ସ୍ଥାନୀୟ ଜନସାଧାରଣ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ମାଗଣା ରେ ଡି ଏଫ୍ ଓ ପ୍ରତାପ କୋଟା ପଲ୍ଲୀ ବୃକ୍ଷ ଚାରା ବଣ୍ଟନ କରିଥିଲେ l

