ଫୁଲବାଣୀ,୦୮।୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ ର ନୁତନ କର୍ମକର୍ତ୍ତା ନିର୍ବାଚନ ଓ ଏକ ସାଧାରଣ ପରିଷଦ ବୈଠକ,ଆଜି ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ପୁର୍ବରୁ ଗଣତାନ୍ତ୍ରିକ ପଦ୍ଧତିରେ ଶେଷ କରିଥିବା ନିର୍ବାଚନ ଅଧିକାରୀ ଭାବରେ ଦାୟିତ୍ଵ ସମ୍ପାଦନ କରିଥିବା, ଆସୋସିଏସନ ର ସଦସ୍ୟ ତଥା ଆଇନଜୀବି ଶ୍ରୀ ଧିରେନ୍ଦ୍ର ନାଥ ପାତ୍ର ସମସ୍ତ ନୁତନ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କନ୍ଧମାଳ ଜିଲ୍ଲା ପରିଷଦ, ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇଥିଲେ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମୀର କୁମାର ନାୟକ ଯୋଗ ଦେଇଥିଲେ। ଏଥି ସହିତ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ୍ ଆସୋସିଏସନ ର ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଶୈଳେନ୍ଦ୍ର ଚୌଧୁରୀ ଯୋଗ ଦେଇଥିଲେ। ଆସନ୍ତା ଦୁଇ ବର୍ଷ ପାଇଁ ଆସୋସିଏସନ ର ନୁତନ ସଭାପତି ଭାବେ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ଯକାରୀ ସଭାପତି ଭାବେ ଶ୍ରୀ ଦେବେନ୍ଦ୍ର ନାଥ ପାତ୍ର, ଉପ ସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର ବେହେରା,ସାଧାରଣ ସମ୍ପାଦକ ଭାବେ ଶ୍ରୀ ଦୀପକ ରଞ୍ଜନ ମହାନ୍ତି, ସହ ସମ୍ପାଦକ ଭାବେ ଶ୍ରୀ ସବ୍ୟସାଚୀ ଦଲାଲ ଓ ଶ୍ରୀ ସୁବ୍ରତ କୁମାର ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ପ୍ରମୋଦ କୁମାର ସାହୁ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଥିଲେ ।ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ, ଶ୍ରୀ ମାନସ କୁମାର ପାତ୍ର,ଶ୍ରୀ ଦୁର୍ଯ୍ୟୋଧନ ନାୟକ,ଶ୍ରୀ ରାଜେଶ କୁମାର ପାତ୍ର,ଗଙ୍ଗାଧର ପଣ୍ଡା,କେ. ମହେଶ କୁମାର ସୁବୁଦ୍ଧି ଏବଂ ଶ୍ରୀ କିରଣ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ଘୋଷଣା ପରେ ସମସ୍ତ ନୁତନ ସଭାପତି, ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କୁ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ମୁଖ୍ୟ ଅତିଥି ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରି, ନିଜ ବକ୍ତବ୍ୟ ରେ,ବ୍ୟାଡମିଣ୍ଟନ ଖେଳ ଏପରି ଏକ ଖେଳ ଯାହା ସବୁ ବୟସ ର ଲୋକେ ଖେଳି ପାରିବେ ତେଣୁ ଏହାର ପ୍ରସାର ଦିଗରେ ପ୍ରଚେଷ୍ଟା ଆବଶ୍ୟକ । ଆସୋସିଏସନ ର ଉନ୍ନତି ପାଇଁ ତଥା ବ୍ୟାଡମିଣ୍ଟନ୍ ଖେଳ ଓ ଖେଳପ୍ରେମୀ ମାନଙ୍କ ଆଗ୍ରହ ନିମନ୍ତେ ଆସୋସିଏସନ ପକ୍ଷରୁ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ। ଆସୋସିଏସନ ର ପାଣ୍ଠି, ଏହାର ନିଜସ୍ବ କାର୍ଯ୍ୟାଳୟ କରିବା ଦିଗରେ ମଧ୍ୟ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ। ପର୍ଯ୍ଯବେକ୍ଷକ ଶ୍ରୀ ଚୌଧୁରୀ କନ୍ଧମାଳ ଜିଲ୍ଲା ବ୍ଯାଡମିଣ୍ଟନ ଆସୋସିଏସନ ର କର୍ମକର୍ତ୍ତା ମାନଙ୍କ ଖେଳ ପ୍ରତି ରହିଥିବା ଆଗ୍ରହ ତଥା ସଂଗଠନର କାର୍ଯ୍ୟ ଶୈଳୀ କୁ ପ୍ରସଂଶା କରିଥିଲେ। କାର୍ଯ୍ୟକ୍ରମକୁ ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

