ରାୟଗଡ଼,୧୦।୭,(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲା ର କାଶୀପୁର ବ୍ଲକ ଅନ୍ତର୍ଗତ ଭାଲୁମାସ୍କା ଅଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କ ସହ ଘଟିଥିବା ଦୁଷ୍କର୍ମଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ଘଟଣା ସମଗ୍ର ରାୟଗଡ଼ାବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏଭଳି ଘଟଣା କେବଳ ଜଣେ ମହିଳାଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ଆମ ସମାଜର ମାନବିକ ମୂଲ୍ୟବୋଧ ଉପରେ ଏକ ଗଭୀର ଆଘାତ। ପୀଡ଼ିତା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଖବର ପାଇବା ପରେ ରାୟଗଡ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଶ୍ରୀମତୀ ଅନୁସୟା ମାଝୀ ଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ହସ୍ପିଟାଲରେ ପହଞ୍ଚି ପୀଡ଼ିତା ଓ ତାଙ୍କ ପରିବାର ସହ ସାକ୍ଷାତ୍ କରିବା ସହିତ ଏହିପରି ମନ୍ତବ୍ୟ ଦେଇଛନ୍ତି l ବିଜୁ ଜନତା ଦଳ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରିବାରକୁ ସମବେଦନା ଜଣାଯାଇଥିଲେ ଏବଂ ସେମାନଙ୍କୁ ନ୍ୟାୟ ପାଇଁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଥିଲେ lଏହି ଗସ୍ତ ସମୟରେ ରାୟଗଡ଼ା ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀମତୀ ଶୁଭ୍ରା ପଣ୍ଡା, କୁମାରୀ ପିଡିକା, ସୁଜାତା ସାହୁକାର ଓ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ବିଜୁ ଜନତା ଦଳ ରାୟଗଡ଼ାର ସ୍ପଷ୍ଟ ଦାବି ଘଟଣାର ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୀଡ଼ିତାଙ୍କ ସୁରକ୍ଷା, ଉନ୍ନତ ଚିକିତ୍ସା, ପୁନର୍ବାସ ଏବଂ ନ୍ୟାୟ ସୁନିଶ୍ଚିତ କରିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ଆଦିବାସୀ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ସହ କୌଣସି ପ୍ରକାରର ଅବହେଳାକୁ ବିଜୁ ଜନତା ଦଳ କେବେ ବି ସହ୍ୟ କରିବ ନାହିଁ। ଆମେ ପୀଡ଼ିତା ଓ ତାଙ୍କ ପରିବାର ସହ ଦୃଢ଼ ଭାବେ ଛିଡ଼ା ହୋଇଛୁ ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ସ୍ୱରକୁ ଦୃଢ଼ତାର ସହ ଉଠାଇ ଚାଲିବୁ ବୋଲି ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ରାଜ୍ୟ ବିଜେଡି ଉପସଭାପତି ସୁଧୀର ଦାସ କହିଛନ୍ତି l ଏହି ଡବଲ ଇଂଜିନ ସରକାର ରେ ନାରିକେତେ ସୁରକ୍ଷିତ ତାହା ଓଡିଶା ବାସୀ ବିଚାର କରିବା ର ସମୟ ଆସିଛି ବୋଲି ଉଭୟେ ନେତା କହିବା ସହିତ ମୁଖ୍ୟମନ୍ତ୍ରୀ ନାରୀମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ଓ ଅତ୍ୟାଚାର ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି l

