ବ୍ରହ୍ମପୁର,୧୨।୭(ହିମାଂଶୁ ଶେଖର ସାବତ):ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଗୋପବନ୍ଧୁ ସ୍ମାରକୀ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ଏହି କୁଇଜ୍ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ୨୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆସିକା ର ଆୟାଂଶ ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୋପାଳପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଓମ୍ ପାଢ଼ୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କୋଷାଗୁମ୍ମା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିଶ୍ୱଜିତ୍ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ଚିତ୍ରାଙ୍କନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଛାତ୍ରୀ ଏସ.ଅନ୍ୱେଷା ପୃଷ୍ଟି ପ୍ରଥମ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ନିଲକଣ୍ଠନଗର ବ୍ରହ୍ମପୁର ର ସପ୍ତମ ଶ୍ରେଣୀ ଚତ୍ର ଅଙ୍କିତ କୁମାର ହୋତା ଦ୍ୱିତୀୟ ସ୍ଥାନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ , ହିଞ୍ଜିଳିକାଟୁ ର ସପ୍ତମ ଶ୍ରେଣୀ ଛାତ୍ର ରାଜାରାମ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଏହିଅବସରରେ କୃତି କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏମକେସିଜି ମେଡିକାଲ୍ କଲେଜ୍ ଡିନ ହରେକୃଷ୍ଣ ଦଳେଇ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥୀ ଭାବେ କେସି ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଅର୍ଥରାଶି ସହିତ ପୁରସ୍କୃତ କରିଥିଲେ । ଉଭୟ ଚିତ୍ରାଙ୍କନ ଏବଂ କୁଇଜ୍ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ସମାଜ ର ଦକ୍ଷିଣ ଓଡ଼ିଶା ଭାରପ୍ରାପ୍ତ ବାର୍ତ୍ତା ସମ୍ପାଦକ ସୁଦର୍ଶନ ନାୟକ, ବରିଷ୍ଠ ସହ ସମ୍ପାଦକ ଜାନକୀକାନ୍ତ ପଟ୍ଟନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପରିଚାଳନା କରିଥିଲେ ।

