ଫୁଲବାଣୀ,୩୧/୦୭(ସୁନୀଲ ପଟ୍ଟନାୟକ):ଫିରିଙ୍ଗିଆ ବ୍ଲକ ର ୪୨ ପରିବାର ଦୀର୍ଘ ୧୫ ବର୍ଷ ହେଲା ଅନ୍ଧାର ରେ ରହି ଆସୁଛନ୍ତି! ପିଲା ମାନେ ପାଠ ପଢିବାରେ ଘୋର ଅସୁବିଧା ହେଉଛି!୧୫ ଵର୍ଷ ତଳେ କୁଏରu ମାଣ୍ଡୁ ଜିପି ର ବାରାଲ୍ହା ଠାରୁ ବେ୍ରେଣୀ ପର୍ଯ୍ୟନ୍ତ ୧୨ ରୁ ଅଧିକ ବିଦ୍ୟୁତ ଖୁଣ୍ଟି ପୋତାଯାଇଥିଲା! ନୁଆଁ ଟ୍ରାନ୍ସଫର୍ମର ଟି ମଧ୍ୟ ଏକ ଘର ର ଚଟ୍ଟାନ ରେ ପଡି ରହିଁଛି! ନା ଟ୍ରାନ୍ସ ଫୋରମର ବସିଛି ନା ବିଦ୍ୟୁତ ଖୁଣ୍ଟ ରେ ବିଦ୍ୟୁତ ସଂଯୋଗ ହେଇଛି!୧୫ ବର୍ଷ ବିତି ଯାଇଥିଲେ ମଧ୍ୟ କେଉଁ କାରଣରୁ ବିଦ୍ୟୁତ ସଂଯୋଗ ହୋଇ ପାରିଲା ନାହିଁ ତାହା ଗ୍ରାମବାସୀ ମାନେ ଜାଣି ପାରୁ ନାହାନ୍ତି!ଚାରିଖଣ୍ଡ ଗ୍ରାମ ବେ୍ରେଣୀ, ତିଳକା ପଦର, ଵୃଡୁସୁଗା,ଓ ଅଡାବାଲି ଗ୍ରାମ ର ୪0 ପରିବାର ର ଲୋକ ବିଦ୍ୟୁତ ସେବାରୁ ବଞ୍ଚିତ,! ସେହି ଗ୍ରାମ ରେ ରାଜୀବ ଜ୍ୟୋତି, ବିଜୁ କୁଟୀର ଜ୍ୟୋତି ନା ସୂର୍ଯ୍ୟ ଘର ଆଲୋକ ବି ଉପଲବ୍ଧ ହୋଇ ନାହିଁ! ଏ ସମ୍ପର୍କରେ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ଓ ବିଦ୍ୟୁତ ବିଭାଗ ସୁପ୍ରିଣ୍ଟେଣ୍ଡେଣ୍ଟ ଇଂଗିନୀର ଙ୍କ ଜିଲ୍ଲା କ୍ଷିପ୍ର ନ୍ୟାୟିକ ମଞ୍ଚ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି!

