ଭଞ୍ଜନଗର,୨।୮(ନିଲୁ ବିଷୋୟୀ):ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଉମାକାନ୍ତ ମିଶ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ବିଷୋୟୀ,ଉପ ସଭାପତି ଆଦିତ୍ୟ ପ୍ରଧାନ ,ଯୁଗ୍ମ ସମ୍ପାଦକ ଗଙ୍ଗା ଧର ଦାସ ପ୍ରମୁଖ ଯୋଗଦେଇଥିଲେ ।ବିଚାରକ ଭାବରେ ,ବାଲ୍ମୀକି ସେଠୀ,ବଳରାମ ଦାସ,ବିଭୁ ପ୍ରସନ୍ନ ମେହେର ,ସୁବାସ ଚନ୍ଦ୍ର ମଲ୍ଲିକ,ରାଧା କୃଷ୍ଣ ନାୟକ,ଝରଣା ରାଣୀ ପଣ୍ଡା,ଅମୁଲ୍ୟ ମିଶ୍ର,ଗୋପାଳ କୃଷ୍ଣ ମିଶ୍ର,ପବିତ୍ର ତ୍ରିପାଠୀ,ଉତ୍ତମ କୁମାର ମହାରଣା ଯୋଗଦେଇଥିଲେ ।ପ୍ରାଥମିକ ବର୍ଗ, ଶିଶୁ ବର୍ଗ,ବାଲ ବର୍ଗ, କିଶୋର ବର୍ଗ ରୁ ମୋଟ ୨୧୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ଏହି ବଜ୍ଞାନ ମେଳା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ବେଳଗୁଣ୍ଠା ଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ।ବିଜ୍ଞାନ ପ୍ରମୁଖ ଚିତ୍ତରଞ୍ଜନ ମିଶ୍ର ବିବରଣୀ ପଠନ କରିଥିଲେ ।ପ୍ରଧାନଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

