ଫୁଲବାଣୀ,୦୩/୦୮(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପଞ୍ଚବଟି ପସରା ସ୍ଥିତ କେ.ବି.ହିଷ୍ଟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ ନୂତନ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ତଥା ଇନଚାର୍ଚ୍ଚ ଜନ୍ମେଜୟ ନାୟକ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ରେ ଭବ୍ୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ପ୍ରତିଷ୍ଠାତା ସଦସ୍ୟମାନେ ଯୋଗଦେଇ ନୂତନ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ଉତ୍ସାହିତ କରିଥିଲେ। ଅତିଥି ଭାବେ ଶିକ୍ଷା ବିଭାଗର ଅଧ୍ୟାପକ ସୁବ୍ରତ ଦିଗାଲ, ଓଡ଼ିଆ ବିଭାଗର ଅଧ୍ୟାପକ ହେମାନନ୍ଦ ଦିଗାଲ,ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟବାନ ନାୟକ, ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା କୁମାରୀ ପ୍ରଧାନ ଏବଂ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ରସନି ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳିତ ଜୀବନ ଗଠନ ଓ ଗୁଣାତ୍ମକ ଶିକ୍ଷାର ମହତ୍ତ୍ଵ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଏହା ସହିତ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ଫାଉଣ୍ଡର ମେମ୍ବର ବିଭୀଷଣ ସାହାଣୀ ଓ ପୂର୍ଣ୍ଣଚନ୍ଦ୍ର ଦିଗାଲ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସର ରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୋଭା ବଢ଼ାଇଥିଲେ। ଉତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ, ଖେଳ ଏବଂ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନ ଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ କଲେଜ ଇନଚାର୍ଜ ସମସ୍ତ ନୂତନ ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତି ଘୋଷଣା କରିଥିଲେ। ଏହି କଲେଜ ରେ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଶୃଙ୍ଖଳିତ ଜୀବନ ଶୈଳୀ ଚାଲିଚଳନ ସଂପର୍କରେ ଅଧିକ ଗୁରୁତ୍ବ ଦିଆଯାଉଛି l ଫୁଲ ବାଣୀ ସମେତ ଅନ୍ୟ ଜିଲ୍ଲାରେ ମଧ୍ଯ ଏହାର ବ୍ରାଞ୍ଚ ରହିଛି l ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଏଠାରେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି l

